ଦେଶ

ପୁନମ୍‌ ପାଣ୍ଡେଙ୍କ ସହ ଫସିଲେ ପିଆର ଟିମ୍‌ – Ibnodisha

[ad_1]

ମୁମ୍ାଇ : ଗର୍ଭାଶୟ କର୍କଟ ପାଇଁ ସଚେତନତା ଦେବା ପୁନମ୍ ପାଣ୍ଡେଙ୍କ ପାଇଁ ଅତ୍ୟନ୍ତ ମହଙ୍ଗା ହୋଇଛି । ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ନିକଟରେ AICWA ସଭାପତି ସୁରେଶ ଗୁପ୍ତା ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ବର୍ତ୍ତମାନ ଓକିଲ ଅଲି କାଶିଫ ଖାନ ଦେଶମୁଖ ଅଭିନେତ୍ରୀ ପୁନମ ପାଣ୍ଡେ, ତାଙ୍କ PR ଦଳ ତଥା ଏଜେନ୍ସିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଇପିସିର ଧାରା ଅନୁଯାୟୀ ମୁମ୍ବାଇ ପୋଲିସ ଷ୍ଟେସନରେ ପଞ୍ଜିକୃତ ହୋଇଛି। କର୍କଟ ଭଳି ଏକ ଗୁରୁତର ରୋଗ ନାମରେ ପୁନମ୍ ଦେଶରେ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ ହୋଇଛି।

ଓକିଲ ଅଭିଯୋଗ କରିଛନ୍ତି ଯେ ଅଭିନେତ୍ରୀ ଏକ ଚିଫ୍‌ ପବ୍ଲିସିଟି ଷ୍ଟଣ୍ଟ କରିଛନ୍ତି । ଯାହା କେବଳ ସାଧାରଣ ଜନତାଙ୍କ ମନରେ ନୁହେଁ ବରଂ ଏହି ଗୁରୁତର ରୋଗରେ ପୀଡିତ ମହିଳାଙ୍କ ମନରେ ମଧ୍ୟ ଅଶାନ୍ତି ସୃଷ୍ଟି କରିଛି। ଅଭିଯୋଗରେ ଦର୍ଶାଯାଇଛି ଯେ ସେ ନିଜ ସ୍ୱାର୍ଥ ପାଇଁ ଏହା କରିଛନ୍ତି। ଆହୁରି ମଧ୍ୟ, ଏହି କାର୍ଯ୍ୟ ହଟରଫ୍ଲାଇ ଏବଂ ଏହାର PR ଏଜେନ୍ସିର ସହଯୋଗରେ କରାଯାଇଛି ।

କହିବାକୁ ଗଲେ ଗତକାଲି ପୁନମଙ୍କ ମ୍ୟାନେଜର ତାଙ୍କ ଆକାଉଣ୍ଟରୁ ମୃତ୍ୟୁ ଖବର ସେୟାର କରିଥିଲେ। ଆଜି ପୁନମ ନିଜେ ଇନଷ୍ଟାଗ୍ରାମ ଲାଇଭ ମାଧ୍ୟମରେ ସମସ୍ତଙ୍କୁ ସତ କହିଛନ୍ତି। ସେ କୁହନ୍ତି, ଗର୍ଭାଶୟ କର୍କଟ ବିରୋଧରେ ସଚେତନତା ସୃଷ୍ଟି କରିବା ପାଇଁ ସେ ଏସବୁ କରିଥିଲେ। ବର୍ତ୍ତମାନ ପୁନମ ପାଣ୍ଡେ ଏବଂ ରାଖୀ ସାୱନ୍ତଙ୍କ ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ପୁନମ୍ ରାଖୀ ସାୱନ୍ତଙ୍କୁ କହୁଛନ୍ତି ଯେ ଏହି ଖବର ଏତେ ବଡ ହେବ ବୋଲି ସେ ନିଜେ ଜାଣି ନଥିଲେ। କେବଳ ଗର୍ଭାଶୟ କର୍କଟ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ସେ ଏହା କରିଛନ୍ତି। ସେ ଏଥିପାଇଁ କୌଣସି ଟଙ୍କା ନେଇ ନ ଥିବା ମଧ୍ୟ କହିଛନ୍ତି। ଏହି ସବୁ ମାଗଣାରେ କରାଯାଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button