ରାଜ୍ୟ

ଧର୍ମକୁ ନେଇ ସରକାର ଯେଭଳି ଢଙ୍ଗରେ ରାଜନୀତି କରୁଛନ୍ତି ତାକୁ ଗୃହରେ ଉତଥାପନ କରାଯିବ: ନରସିଂହ ମିଶ୍ର – Ibnodisha

[ad_1]

ଭୁବନେଶ୍ୱର: ଦିନକ ପରେ ବିଧାନସଭାର ସ୍ୱଳ୍ପକାଳୀନ ବଜେଟ୍ ଅଧିବେଶନ ଆରମ୍ଭ ହେବ। ସାଧାରଣ ନିର୍ବାଚନ ପୂର୍ବରୁ ବିଧାନସଭାର ଏହା ଶେଷ ଅଧିବେଶନ ହୋଇଥିବାରୁ ବେଶ୍ ସରଗରମ ହେବ ବୋଲି ଆଶଙ୍କା କରାଯାଉଛି। ଏହି ଅଧିବେଶନରେ ମୋଟ ୭ଟି କାର୍ୟ୍ୟଦିବସ ଥିବାବେଳେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟକୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆସନ୍ତା ୮ତାରିଖରେ ଗୃହରେ ଆଗତ କରିବେ।

ବିଧାନସଭା ଅଧିବେଶନ ପାଇଁ କୌଣସି ଦଳ ଏପର୍ୟ୍ୟନ୍ତ ନିଜର ବିଧାୟକ ଦଳ ବୈଠକ କରିନଥିଲେ ମଧ୍ୟ ଗୃହ ପ୍ରଥମଦିନରୁ ସରଗରମ ହେବାର ଆଶଙ୍କା ରହିଛି।  କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଧର୍ମକୁ ନେଇ ସରକାର ଯେଭଳି ଢଙ୍ଗରେ ରାଜନୀତି କରୁଛନ୍ତି ତାକୁ ଗୃହରେ ଉତଥାପନ କରାଯିବ । ବିଶେଷକରି ଅର୍ପଣ ଯାତ୍ରା ନାଁରେ ମହାପ୍ରଭୁ ଶ୍ରୀଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଖେଲିଛନ୍ତି ସରକାର । ଶ୍ରୀମନ୍ଦିର କରିଡ଼ର ପ୍ରକଳ୍ପର ବ୍ୟୟ ଓ ଅନ୍ୟାନ୍ୟ ପ୍ରମୁଖ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗକୁ ଗୃହରେ ଉତଥାପନ କରାଯିବ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button