ଦେଶ

୭ଟି ରାଜ୍ୟର ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି – Ibnodisha

[ad_1]

ନୂଆଦିଲ୍ଲୀ: ରବିବାର ୭ଟି ରାଜ୍ୟର ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ବିହାର, ଛତିଶଗଡ଼, ହରିୟାଣା, ୟୁପି, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ୭ ରାଜ୍ୟ ପାଇଁ ୧୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ଏଥିରେ କିଛି ହେଭିୱେଟ୍‌ ମଧ୍ୟ ରହିଛନ୍ତି। ଉତ୍ତରପ୍ରଦେଶରୁ ରାଜ୍ୟସଭା ପାଇଁ ସୁଧାଂଶୁ ତ୍ରିବେଦୀ ଏବଂ ଆରପିଏନ୍ ସିଂଙ୍କ ନାଁ ଘୋଷଣା କରାଯାଇଛି। ସେହିଭଳି ହରିୟାଣାର ପୂର୍ବତନ ବିଜେପି ସଭାପତି ସୁଭାଷ ବରାଲା ନାଁ ପ୍ରାର୍ଥୀ ଭାବେ ଘୋଷଣା ହୋଇଛି। ଆସନ୍ତା ୨୭ ତାରିଖରେ ୧୫ ରାଜ୍ୟର ୫୬ ରାଜ୍ୟସଭା ସିଟ୍ ପାଇଁ ନିର୍ବାଚନ ହେବ। ପାଖେଇ ଆସୁଛି ରାଜ୍ୟସଭା ନିର୍ବାଚନ। ତା’ ପୂର୍ବରୁ ଗୋଟି ଗୋଟି କରି ବିଭିନ୍ନ ରାଜ୍ୟରେ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରୁଛି ବିଜେପି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button