ଦେଶ

କୋଟାରେ ପୁଣି ଝୁଲି ପଡ଼ିଲେ ଛାତ୍ର – Ibnodisha

[ad_1]

ରାଜସ୍ଥାନ : ରାଜସ୍ଥାନ କୋଟାରେ ଛାତ୍ର ଆତ୍ମହତ୍ୟାରେ ଲାଗୁନି ବ୍ରେକ୍‌ । ପୁଣି ଥରେ ଝୁଲି ପଡ଼ି ଜୀବନ ହାରିଛନ୍ତି ଜଣେ ଛାତ୍ର। ଚଳିତ ବର୍ଷର ଏହା ଚତୁର୍ଥ ଘଟଣା ହୋଇଥିବା ବେଳେ ଏହା ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ମୃତ ଛାତ୍ରଜଣକ ଦ୍ୱାଦଶରେ ପଢ଼ୁଥିବା ବେଳେ କୋଟାରେ ରହି ଜେଇଇ ପାଇଁ ପ୍ରସ୍ତୁତ ହେଉଥିଲେ। ଆଜି ସକାଳେ ପରିବାର ଲୋକେ ପୁଅ ପାଖକୁ ବାରମ୍ବାର ଫୋନ୍ କରିବା ସତ୍ତ୍ୱେ ସେ ଉଠାଇ ନ ଥିଲା। ଏହାପରେ ସେମାନେ ତୁରନ୍ତ ହଷ୍ଟେଲ ୱାର୍ଡେନଙ୍କ ନିକଟକୁ ଫୋନ୍‌ କରିଥିଲେ। ୱାର୍ଡେନଜଣକ ତୁରନ୍ତ ଉକ୍ତ ଛାତ୍ରଙ୍କ ରୁମ୍‌ ନିକଟରେ ପହଞ୍ଚି ଯାହା ଦେଖିଥିଲେ ନିଜକୁ ବିଶ୍ୱାସ କରି ପାରି ନ ଥିଲେ। ଛାତ୍ରଜଣକ ଫ୍ୟାନ୍‌ରେ ଝୁଲି ରହିଥିଲେ। ଏନେଇ ୱାର୍ଡେନ ତୁରନ୍ତ ଛାତ୍ରଙ୍କ ପରିବାର ସମେତ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍‌ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ଚଳିତ ବର୍ଷ ଏଯାବତ କୋଟାରେ ୪ ଶିକ୍ଷାର୍ଥୀ ଜୀବନ ହାରି ସାରିଲେଣି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button