ରାଜନୀତି

ବିଶ୍ୱକର୍ମା ଯୋଜନା କାଯ୍ୟାନ୍ୱୟନ କ୍ଷେତ୍ରରେ ରାଜ୍ୟ ସରକାର ଉଦାସୀନ : ପ୍ରଦୀପ ବର୍ମା – Ibnodisha

[ad_1]

-ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଯୋଜନା କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ତତ୍ପରତା ପ୍ରକାଶ କରିବା ଆବଶ୍ୟକ
-ଦେଶର ଶିଳ୍ପୀ ଓ କାରୀଗର କୁଳ ଯୋଗୁଁ ଯେଉଁ ସୁଖ୍ୟାତି ଓ ଅର୍ଥନୈତିକ ସମୃଦ୍ଧି ଥିଲା ତାହା ପୁନର୍ଜିବିତ ହେବ
-ବିଶ୍ୱକର୍ମା ଯୋଜନାରୁ ଜଣେ ବି ଯୋଗ୍ୟ ହିତାଧିକାରୀ ବଂଚିତ ନହେବା ଉଚିତ୍‌

ଭୁବନେଶ୍ୱର : କେନ୍ଦ୍ରରେ ମୋଦି ସରକାରଙ୍କ ଲୋକ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ପାଇଁ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ପୂର୍ବକାଳରେ ଦେଶର ଶିଳ୍ପୀ ଓ କାରୀଗର କୁଳ ଯୋଗୁଁ ଯେଉଁ ସୁଖ୍ୟାତି ଓ ଅର୍ଥନୈତିକ ସମୃଦ୍ଧି ଥିଲା ତାହାକୁ ପୁନର୍ଜିବିତ କରିବା ଉଦ୍ଦେଶ୍ୟରେ କୌଳିକ ଓ ପାରମ୍ପରିକ ୧୮ଟି ବର୍ଗମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା” ଆରମ୍ଭ କରିଛନ୍ତି । ଭାରତର କାରିଗରୀ ଓ କଳାନୈପୁନ୍ୟ କାଳେ କାଳେ ବିଶ୍ୱରେ ଆଦୃତି ଲାଭ କରିଛି । ଏବେ ସେହି ବର୍ଗମାନଙ୍କୁ ସାମର୍ଥ୍ୟ ସମ୍ପର୍ଣ୍ଣ ଓ କୁଶଳୀ କରିବା ପାଇଁ ପ୍ରଶିକ୍ଷଣ, ଆର୍ôଥକ ସହାୟତା ସାଙ୍ଗକୁ କମ୍ ସୁଧରେ ଋଣ ବ୍ୟବସ୍ଥା କରାଯାଉଛି । ଓଡ଼ିଶାରେ ଏହି ବର୍ଗମାନଙ୍କ ସଂଖ୍ୟା ଉଲ୍ଲେଖନୀୟ ଏବଂ ଅର୍ଥନନୈତିକ ସ୍ଥିତି ଦୁର୍ବଳ । ତେଣୁ ବହୁ ସଂଖ୍ୟାରେ ଶିଳ୍ପୀକୂଳକୁ ଏଥିରେ ଲାଭାନ୍ୱିତ କରିବା ପାଇଁ ଉଦ୍ୟମ ଆବଶ୍ୟକ । ସେଥିପାଇଁ ସଚେତନତା ଓ ପ୍ରଚାର ପ୍ରସାର ଲୋଡା ବୋଲି ଏହି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବାକୁ ଆସିଥିବା କେନ୍ଦ୍ରୀୟ କମିଟି ସଦସ୍ୟ ଶ୍ରୀ ପ୍ରଦୀପ ବର୍ମା ପ୍ରକାଶ କରିଛନ୍ତି ।

ପଂଚାୟତ ଓ ଜିଲ୍ଲାସ୍ତରରେ ପଡି ରହିଥିବା ଲକ୍ଷାଧିକ ଦରଖାସ୍ତ ଗୁଡିକର ଶୀଘ୍ର ଅନୁମୋଦନ କରାଗଲେ ହିତାଧିକାରୀମାନେ ଯୋଜନାର ସୁଫଳ ପାଇପାରନ୍ତେ । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏଦିଗରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ବର୍ମା କହିଛନ୍ତି । ଆଜି ଏ ସମ୍ପର୍କରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ରାଜ୍ୟ ସଂଯୋଜକ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ସହ ସଂଯୋଜକ ରାଜ୍ୟ ଓବିସିମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳଙ୍କ ସମେତ ଉପସଭାପତି ସୁକାନ୍ତ ବିଶ୍ୱାଳ, ଦୁର୍ଗାପ୍ରସନ୍ନ ନାୟକ, ସମ୍ପାଦକ ବିବେକାନନ୍ଦ ଜେନା, ସନ୍ତୋଷ ମହାପାତ୍ର, ସିଦ୍ଧାର୍ଥ ଶଙ୍କର ପତି, ଜଗଦିଶ୍ ପ୍ରଧାନ ଓ ଜୋନ୍ କୋଡିନେଟ୍‌ର ଚିତରଞ୍ଜନ ଦାସ, ରବି ମହାରଣା ଓ ଦୁଷ୍ମନ୍ତ ନାୟକ ପ୍ରମୁଖ ପଦାଧିକାରୀ ଉପସ୍ଥିତ ଥିଲେ । ଏହି ସମୀକ୍ଷା ସମୟରେ ଯୋଜନାର ତୁରନ୍ତ ସଫଳ କାର୍ଯ୍ୟାନ୍ୱୟନ ଦୃଷ୍ଟିରୁ ଶ୍ରୀ ବର୍ମା ରାଜ୍ୟର ସଂପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । କୌଣସି ଜଣେ ବି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ଯେପରି ବଂଚିତ ନହୁଅନ୍ତି ସେଥିପ୍ରତି ଗୁୁରୁତ୍ୱ ଦେବା ପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରକାଶଥାଉ କି, ଏହି ବିଶ୍ୱକର୍ମା ଯୋଜନାରେ ଓଡ଼ିଶା ଭଳି ଗରିବ ରାଜ୍ୟର ପ୍ରାୟ ୪୦ଭାଗ ଲୋକ ଉପକୃତ ହୋଇପାରିବେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button