ରାଜ୍ୟ

ଓଡିଶା ପରିବାର ସହଯୋଗରେ ରାଜସ୍ଥାନରୁ ଶେଖ୍ ରସିଦ୍ ଖାଁଙ୍କ ମରଶରୀର ନିଜ ଗ୍ରାମକୁ ଆସିଲା – Ibnodisha

[ad_1]

ଭୁବନେଶ୍ଵର:  ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ସୋମଣା ଶାସନ ଗ୍ରାମପଞ୍ଚାୟତ ବରଦାପଡା ଗ୍ରାମର ଶେଖ୍ ରସିଦ ଖାଁ ରାଜସ୍ଥାନର ଆଜମେରକୁ ତୀର୍ଥରେ ଯାଇଥିବାବେଳେ ଗତ ୧୧ତାରିଖରେ ଗୁରୁତର ଅସୁସ୍ଥ ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।ତାଙ୍କ ଚିକିତ୍ସା ବ୍ୟବସ୍ଥା ସମ୍ପାଦନ ପାଇଁ ସରପଞ୍ଚ ନର୍ଗିସ ବେଗମ୍ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବା ପରେ ତାଙ୍କ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଆ ପରିବାର ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦିଆଯାଇଥିଲା । ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଓ ଓଡିଶା ପରିବାର ଟିମ ତୁରନ୍ତ ତାଙ୍କ ଚିକିତ୍ସା ବ୍ୟବସ୍ଥା ନିମନ୍ତେ ଯୋଗାସୁତ୍ର ରକ୍ଷା କରିଥିଲେ ।

ମାତ୍ର ୧୨ତାରିଖ ସନ୍ଧ୍ୟାରେ ଚିକିତ୍ସାଧିନ ଅବସ୍ଥାରେ ରସିଦ ଖାଁଙ୍କର ପରଲୋକ ହୋଇଥିଲା । ମରଶରୀର ତାଙ୍କ ପୈତୃକ ଗ୍ରାମକୁ ଆଣି ଶେଷକୃତ୍ୟ ସମ୍ପାଦନ ପାଇଁ ନିର୍ଦ୍ଦେଶକ ଶ୍ରୀ ରାଉତରାଏ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ ସମନ୍ଵୟ ରକ୍ଷା କରିଥିଲେ । ଆମ୍ବୁଲାନ୍ସ ଯୋଗେ ତାଙ୍କ ମରଶରୀର ସେଠାରୁ ଅଣା ଯାଇ ଆଜି ପ୍ରତ୍ୟୁଷରେ ତାଙ୍କ ଗ୍ରାମରେ ଶେଷକୃତ୍ୟ ସମ୍ପାଦନ କରାଯାଇଛି । ବାଲିପାଟଣା ବ୍ଲକ ଉନ୍ନୟନ ଅଧିକାରୀ ଏଥିପାଇଁ ପଚାଶ ହଜାର ଟଙ୍କା ମଂଜୁର କରିଛନ୍ତି । ସ୍ୱର୍ଗତ ରସିଦ ଖାଁଙ୍କ ମର ଶରୀର ଫେରାଇ ଆଣିବାରେ ସହଯୋଗ ପାଇଁ ତାଙ୍କ ପତ୍ନୀ ଜାହିରା ବିବି, ପରିବାର ସଦସ୍ୟ, ଗ୍ରାମବାସୀ ଓ ଅଞ୍ଚଳବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା ପରିବାର ନିର୍ଦେଶକ ଓ ତାଙ୍କ ଟିମ,ଖୋର୍ଦ୍ଧା ଜିଲ୍ଲାପାଳ, ବାଲିପାଟଣା ବ୍ଲକ ଉନ୍ନୟନ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ରାଜ୍ୟ ଓ ରାଜ୍ୟ ବାହାରେ ତଥା ଦେଶ ବିଦେଶରେ ଥିବା ଓଡିଆ ପରିବାର ସହ ସାମାଜିକ, ସାଂସ୍କୃତିକ ଓ ଭାବଗତ ସମ୍ପର୍କ ରକ୍ଷା କରି ସେମାନଙ୍କ ଭଲ ମନ୍ଦରେ ସହଯୋଗର ହାତ ବଢାଇବାକୁ ଓଡିଶା ପରିବାର ନିର୍ଦ୍ଦେଶାଳୟ ଗଠନ ହୋଇଛି । ଏହି ନିର୍ଦ୍ଦେଶାଳୟ ବିପଦ ଆପଦରେ ଥିବା ଓଡିଆ ପରିବାର ସଦସ୍ୟ ମାନଙ୍କୁ ନିରନ୍ତର ସହଯୋଗର ହାତ ବଢାଇ ଆସୁଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button