ଅପରାଧ

ହାଇଦ୍ରାବାଦର ଏକ ଗହଣା ଦୋକାନରୁ ବଡଧରଣର ଲୁଟ୍‌ – Ibnodisha

[ad_1]

ହାଇଦ୍ରାବାଦ : ହାଇଦ୍ରାବାଦର ଆକରବାଗ ଅଞ୍ଚଳରେ ଥିବା ଚାଡରଘାଟ ପୋଲିସ ଷ୍ଟେସନ ଅର୍ନ୍ତଗତ ଏକ ଗହଣା ଦୋକାନରୁ ଦିନ ଦ୍ୱିପହରରେ ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଘଟଣାଟି ଘଟିଛି ବୁଧବାର ଦିନ ପ୍ରାୟ ୧.୩୦ ମିନିଟ୍ ସମୟରେ  । ଚୋରୀ ସମୟର ସମ୍ପୂର୍ଣ୍ଣ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ପ୍ରଥମେ ଜଣେ  ବ୍ୟକ୍ତି ମାସ୍କ  ଓ କ୍ୟାପ୍ ପିନ୍ଧି ଗହଣା କିଣିବା ପାଇଁ ଦୋକାନକୁ ପ୍ରବେଶ କରିଥିଲେ । ଦୋକାନୀ ଜଣଙ୍କ ତାଙ୍କୁ ଅଳଙ୍କାର ଦେଖାଉଥିବା ସମୟରେ ଆଉଜଣେ ବ୍ୟକ୍ତି ମୁଣ୍ଡରେ ଟୋପି ଏବଂ ମୁହଁରେ କପଡା ଘୋଡାଇ ଦୋକାନୀକୁ ଆକ୍ରମଣ କରିଥିଲେ । ଏହାପରେ ଆଉଜଣେ ବ୍ୟକ୍ତି ହେଲମେଟ ପିନ୍ଧି ଏକ ବ୍ୟାଗରେ ଦୋକାନରୁ ଅଳଙ୍କାର ଲୁଟ କରିଥିଲେ । ଦୋକାନୀ ଜଣଙ୍କ ବର୍ତ୍ତମମାନ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଧରିବାକୁ ପ୍ରୟାସ ଜାରୀ ରଖିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button