ରାଜନୀତି

ନବୀନ ମୋଦୀ କୋଳାକୋଳି ଓଡ଼ିଆ ଅସ୍ମିତା ଦେଲେ ହୁଗାଳି : କଂଗ୍ରେସ – Ibnodisha

[ad_1]

ଭୁବନେଶ୍ୱର : ଓଡ଼ିଆଙ୍କ ସ୍ୱାର୍ଥ ଆଜି ରାଜ୍ୟରେ ଉପେକ୍ଷିତ । ଓଡ଼ିଶାର ଜନସାଧାରଣଙ୍କ ଭୋଟ ପାଇ ନିର୍ବାଚିତ ହୋଇଥିବା ବିଜୁ ଜନତା ଦଳ ଓଡ଼ିଆ ମାନଙ୍କ ଆତ୍ମସମ୍ମାନ ଓ ସ୍ୱାଭିମାନ କ୍ଷୁର୍ଣ୍ଣ କରିଛନ୍ତି । ମୁଖ୍ୟ ବିରୋଧି ଦଳ ବିଜେପି ସହ ହାତ ମିଶାଇ ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ଖୋଲାଖୋଲି ସମର୍ଥନ କରିବା ପ୍ରମାଣିତ କରୁଛି ରାଜ୍ୟରେ ବିଜେଡ଼ି ଓ ବିଜେପିର ପାର୍ଟନରସିପ୍ ସରକାର ଚାଲିଛି । ଯେତେବେଳେ ଶାସକ ଦଳ ଓ ମୁଖ୍ୟ ବିରୋଧିଦଳ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ହୋଇଯାଆନ୍ତି ସେତେବେଳେ ଗଣତନ୍ତ୍ର ବିପଦର ସାମ୍ନା କରେ । ଉଭୟ ବିଜେଡ଼ି ଓ ବିଜେପି ରାଜ୍ୟବାସୀଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ଯେଉଁ ମିଛିମିଛିକା ବିରୋଧର ନାଟକ କରୁଥିଲେ ତାହାର ଗୁମର ଆଜି ପଦାରେ ପଡ଼ିଯାଇଛି ।

ଶେଷରେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିନା ସର୍ତରେ ବିଜେଡ଼ି ସମର୍ଥନ ଦେବା ପ୍ରମାଣିତ କରୁଛି ଉଭୟଙ୍କ ଭିତରେ ଅସାଧୁ ନିବିଡ଼ ସଂପର୍କ ରହିଛି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଇଲୋକ୍‌ଟ୍ରାଲ ବଣ୍ଡ ଜରିଆରେ ସଂଗୃହିତ ଅର୍ଥର ସ୍ୱଚ୍ଛତା ଓ ବୈଧତା ନେଇ ପ୍ରଶ୍ନ ଉଠାଇଥିବାବେଳେ ଉଚ୍ଚତମ ନ୍ୟାୟାଳୟର ରାୟକୁ ସ୍ୱାଗତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡ଼ି ଯେପରି ଭାବେ ଇଲୋକ୍‌ଟ୍ରାଲ ବଣ୍ଡ ଜରିଆରେ ଅଧିକ କଳା ଟଙ୍କା ସଂଗ୍ରହ କରି ନିର୍ବାଚନରେ ତାହାର ଦୁରୁପଯୋଗ କରୁଛନ୍ତି ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଏହାର ନିବାରଣ ସହ ନିର୍ବାଚନକୁ ସ୍ୱଚ୍ଛ ଓ ଉତରଦାୟୀ କରିବା ପାଇଁ ଉଚ୍ଚତମ ନ୍ୟାୟାଳୟ ପରାମର୍ଶ ଦେଇଛନ୍ତି ।

ଉଭୟ ଦଳ ଭିତରେ ଥିବା ଅସାଧୁ ମେଂଟ ବିରୋଧରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ଆୟୋଜିତ ବିକ୍ଷୋଭ ସମାବେଶରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଯୋଗଦେଇ ଉଭୟ ବିଜେଡ଼ି ଓ ବିଜେପି ଦଳର ନୀତି ଓ ନୈତିକତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଶହ ଶହ ଦଳୀୟ ନେତା ଓ କର୍ମୀଙ୍କ ଉପସ୍ଥିତିରେ ନବୀନ ଓ ମୋଦୀଙ୍କର କୁଶପୁତଳିକା ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ରାଜ୍ୟର କୋଣ ଓ ଅନୁକୋଣରେ ପହଂଚାଇବା ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ଫେବୃଆରୀ ୧୭ ତାରିଖ ଦିନ ଜିଲ୍ଲା ସଦର ମହକୁମା ଠାରେ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଓଡ଼ିଶା ଓ ଓଡ଼ିଆ ଅସ୍ମିତା ଉଭୟ ବିଜେଡ଼ି ଓ ବିଜେପି ଦ୍ୱାରା ଉପେକ୍ଷିତ ହୋଇଥିଲାବେଳେ ରାଜ୍ୟ କଂଗ୍ରେସ ଓଡ଼ିଆ ଅସ୍ମିତା ପାଇଁ ଲଢ଼େଇ ଜାରି ରଖିବ ଓ ଆଦିବାସୀ, ଦଳୀତ, ମହିଳା, ଯୁବ, କୃଷକ ଓ ବଂଚିତ ବର୍ଗଙ୍କୁ ନ୍ୟାୟ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି ପିସିସି ସଭାପତି କହିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ଡ. ବିଶ୍ୱରଞ୍ଜନ ମହାନ୍ତି, ଶୁଭେନ୍ଦୁ ମହାନ୍ତି, ଶ୍ରୀନିବାସ ରାଉତରାୟ, ସୁବ୍ରତ ମହାପାତ୍ର, ଶଶୀକାନ୍ତ ଲେଙ୍କା, ଜୟନାରାୟଣ ପଟ୍ଟନାୟକ, ରସିକଚାନ୍ଦ ପଟ୍ଟନାୟକ, ମନୋରଞ୍ଜନ ଦାସ, ଅମୀୟ ପାଣ୍ଡବ, ରଜନୀ ମହାନ୍ତି, ରବୀନ୍ଦ୍ର ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ପତି, ରାଜୀବ ପଟ୍ଟନାୟକ, ନଳୀନକାନ୍ତ ନାୟକ, ପ୍ରକାଶ ମିଶ୍ର, ତରୁଣକାନ୍ତୀ ମିଶ୍ର, ଜ୍ଞାନରଞ୍ଜନ ପଟ୍ଟନାୟକ, ଆଶିଷ ମଲ୍ଲିକ, ଅକ୍ଷୟ କୁମାର ଦାସ, ସୁଭଦ୍ରା ମିଶ୍ର, ପ୍ରଶାନ୍ତ ଚମ୍ପତି, ପ୍ରଶନ୍ନ ନାୟକ, ରାଜକିଶୋର ବାରିକ, ଦେବରାଜ ମିଶ୍ର, ଅଜୟ କୁମାର ଜେନା, ଶ୍ରୀଧର ବଳିଆର ସିଂ, ପ୍ରକାଶ ଜେନା, ଶ୍ରୀୟାସ୍ମିତା ପଣ୍ଡା, ସ୍ନେହାପ୍ରଭା ଜେନା, ବିନୋଦ ପାଣି, ଦେବାଶିଷ ଦାସ, ମାମିନା ବେହେରା, ଲିଙ୍ଗରାଜ ସାହୁ, ଜୟକୃଷ୍ଣ ସୁବୁଧି, ପ୍ରଭାତ ପ୍ରତାପ ସିଂ, ସଂକୁନା କହଁର, ମିହିର ଆଚାର୍ଯ୍ୟ, ମଂଟୁ ମଲ୍ଲିକ, ମାନସ ସେଠୀ, ସଂଜୟ ମିଶ୍ର, ଦେବେନ୍ଦ୍ର ଦାସ, ଆଦିତ୍ୟ ପ୍ରୀତମ ଦାସ, ଇ. ସୀବା ରେଡ୍ଡି, ସୁଭେନ୍ଦୁ ଶେଖର ମଲ୍ଲିକ ସ ସଂଗ୍ରାମ କିଶୋର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button