ହସ୍ପିଟାଲରେ ଭର୍ତ୍ତି ହେଲେ ଦେବେଗୌଡା – Ibnodisha

[ad_1]
ବେଙ୍ଗାଲୁରୁ : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ସୁପ୍ରିମୋ ଏଚ୍ଡି ଦେବେଗୌଡାଙ୍କୁ ଆଜି ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ପୂର୍ବାହ୍ନରେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଶ୍ୱାସକ୍ରିୟା ଜନିତ କଷ୍ଟ ସହ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଦେବେଗୌଡା । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଡାକ୍ତରୀ ସୂତ୍ରରୁ ମିଳିଥିବା ଅନୁସାରେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ କୌଣସି ଚିନ୍ତାର କାରଣ ନାହିଁ ।
ଆସନ୍ତା ୨ ଦିନ ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରାଯିବ ଏବଂ ପରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।ଗତବର୍ଷ ସେପ୍ଟେମ୍ବରରେ ଦେବେଗୌଡାଙ୍କ ଦଳ ଜେଡିଏସ୍ ଏନ୍ଡିଏରେ ସାମିଲ ହୋଇଛି । ଦେବେଗୌଡାଙ୍କ ପୁଅ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରାସ୍ୱାମୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିବା ପରେ ଜେଡିଏସ୍, ଏନ୍ଡିରେ ଯୋଗଦେଇଥିଲା । ଆଗାମୀ ସାଧାରଣ ନିର୍ବାଚନରେ ଉଭୟ ଦଳ ଏକାଠି ଲଢ଼ିବେ ବୋଲି ମଧ୍ୟ ନିକଟରେ ଘୋଷଣା କରିସାରିଛନ୍ତି ।
[ad_2]




