ରାଜ୍ୟ

ସି ଆଇ ଟି ୟୁ ର କେନ୍ଦ୍ରୀୟ ମୁଖ୍ୟ ଦପ୍ତର ସମ୍ମୁଖରେ ହରତାଳ – Ibnodisha

[ad_1]

ଭୁନେଶ୍ବର :  ସମଗ୍ର ଦେଶରେ ନରେନ୍ଦ୍ର ମୋଦୀ ସରକାରଙ୍କ ଶ୍ରମିକ କୃଷକ ମାରଣ ନୀତି ବିରୁଦ୍ଧରେ CITU ସମେତ ୧୧ ଟି କେନ୍ଦ୍ରୀୟ ଟ୍ରେଡ ୟୁନିୟନର ମିଳିତ ମଞ୍ଚ, ସଂଯୁକ୍ତ କିଶାନ ମୋର୍ଚ୍ଚା ଏବଂ ସ୍ଵାଧୀନ ଫେଡେରେସନ ତରଫରୁ ମିଳିତ ଭାବରେ ଆଜି ୧୬ ତାରିଖ ରେ ଆହୁତ ଗ୍ରାମୀଣ ଭାରତ ବନ୍ଦ ଏବଂ ହରତାଳ ରାଜଧାନୀ ଭୁବନେଶ୍ଵର ରେ ଥିବା ବିଭିନ୍ନ କେନ୍ଦ୍ର ସରକାରୀ ଅନୁଷ୍ଠାନ ସମ୍ମୁଖ ରେ ଆୟୋଜିତ ହୋଇଯାଇଛି । ରିଜର୍ଭ ବ୍ୟାଙ୍କ୍, ନାଲକୋ ମୁଖ୍ୟାଳୟ, ଭାରତୀୟ ତୈଳନିଗମ ମୁଖ୍ୟାଳୟ ଏବଂ ଇଷ୍ଟ କୋଷ୍ଟ ରେଳ ମୁଖ୍ୟାଳୟ ର ଫାଟକ ସମ୍ମୁଖରେ ସିଟୁ, ଆଦିବାସୀ ମହାସଭା, ଏସ ଏଫ୍ ଆଇ, ଡି ୱାଇ ଏଫ୍ ଆଇ, ମହିଳା ସମିତି ଏବଂ ସଂଯୁକ୍ତ କିଶାନ ମୋର୍ଚ୍ଚା ର ଶତାଧିକ କର୍ମୀ ସରକାରଙ୍କ କୁ ଶାସନ ବିରୁଦ୍ଧରେ ଧର୍ମଘଟରେ ସାମିଲ ହୋଇ ସ୍ଲୋଗାନ ଦେଇଥିଲେ। ଶ୍ରମିକ ବିରୋଧୀ ଚାରି ଶ୍ରମ କୋଡ ବାତିଲ କରିବା, ସ୍ୱାମିନାଥନ କମିଶନ ସୁପାରିଶ ଅନୁସାରେ ରାଜ୍ୟ ଚାଷୀ ଫସଲର ନ୍ୟୁନତମ ସହାୟକ ମୂଲ୍ୟ ପ୍ରଦାନ ପାଇଁ କେନ୍ଦ୍ରୀୟ ଆଇନ ପ୍ରଣୟନ, ସ୍କିମ୍ ୱାର୍କର ଙ୍କୁ ଶ୍ରମିକର ମାନ୍ୟତା ଏବଂ ଦୈନିକ ସର୍ବନିମ୍ନ ମଜୁରୀ ସାତ ଶହ କରିବା, ପୁରୁଣା ପେନସନ ଯୋଜନା ଲାଘୁ କରିବା, ଆକାଶ ଛୁଆଁ ଦର ଦାମ ବିରୁଦ୍ଧରେ, ବେକାର ଯୁବକ ଯୁବତୀଙ୍କୁ ଖାଲି ପଡ଼ିଥିବା ପଦ ପଦବୀରେ ନିଯୁକ୍ତି ତଥା ରାଷ୍ଟ୍ରୀୟ ଉଦ୍ଦ୍ୟୋଗ ଗୁଡ଼ିକୁ ଘରୋଇ କରଣ କରିବା ବିରୁଦ୍ଧରେ ଏହି ହରତାଳ ରେ ନେତୃତ୍ୱ ନେଇଥିଲେ ସି ଆଇ ଟି ୟୁ ରାଜ୍ୟ ସମ୍ପାଦକ ପୁଷ୍ପା ଦାଶ, ପ୍ରଦୀପ୍ତ ନାୟକ, ସତ୍ୟାନନ୍ଦ ବେହେରା, ଏକାଦଶୀ ବେହେରା, ପୂର୍ଣ୍ଣ ଚନ୍ଦ୍ର ପାଢି, ସୁରେଶ ରାଉତରାୟ, ପ୍ରଭାତ ପାଣିଗ୍ରାହୀ, ଆଦିବାସୀ ନେତା ସାର୍ଲ ମାରାଣ୍ଡି, ଯୁବ ନେତା ଯତୀନ ମହାନ୍ତି, ନାରୀନେତ୍ରୀ ମିନତୀ ପାଣିଗ୍ରାହୀ, ଛାତ୍ର ନେତା ଶୁଭ୍ରାଂଶୁ ଉଦଗାତା , ଯୁବନେତା, ଭାଗିରଥୀ ପ୍ରଧାନ , କର୍ମଚାରୀ ନେତା କ୍ଷେତ୍ରମୋହନ ଦାସ, କାହ୍ନୁ ମଲ୍ଲିକ, ଶ୍ରମିକ ନେତା ନୟନା ନାୟକ, ବସନ୍ତ ସାହୁ, ସତ୍ୟ ନାରାୟଣ ନାୟକ, ପବିତ୍ର ପ୍ରଧାନ ପ୍ରମୁଖ । ଶେଷରେ ଲୋୟର ପି ଏମ ଜି ବିକ୍ଷୋଭ ଧାରଣାରେ ଶହ ଶହ ସଂଖ୍ୟାରେ ଧର୍ମଘଟ କାରି ଯୋଗ ଦେଇ ଆସନ୍ତା ସାଧାରଣ ନିର୍ବାଚନ ରେ ମୋଦୀ ସରକାର ର ବରଖାସ୍ତ କରି ଏକ ପ୍ରଗତିଶୀଳ ସରକାର ଗଠନ ପାଇଁ ସ୍ଲୋଗାନ ଦେଇଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button