ରାଜ୍ୟ

ସମସ୍ୟା ଘେରରେ ଗାନ୍ଧୀ ରୋଡ ବସ୍ତି – Ibnodisha

[ad_1]

ରାଉରକେଲା : ଆଜକୁ ପ୍ରାୟ ୬୦ ବର୍ଷ ହେଲା ରାଉରକେଲା ରେଳ ଷ୍ଟେସନ ପାଖରେ ଗଢି ଉଠିଛି ଗାନ୍ଧୀ ରୋଡ ବସ୍ତି। ହେଲେ ଏବେ ସୁଧା ବସ୍ତିରେ ରହିଛି ଅନେକ ସମସ୍ୟା। ଏହି ବସ୍ତିରେ ଡ୍ରେନେଜ ସମସ୍ୟା ହେଉଛି ମୁଖ୍ୟ ସମସ୍ୟା। ଏନେଇ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରି ବସ୍ତି ବାସି ବିଫଳ ହେବା ପରେ ଶେଷରେ ପାନପୋଷ ମହିଳା ମୋର୍ଚା ସଚିବ ସବିତା ମଣ୍ଡଳଙ୍କ ଦୃଷ୍ଟିକୁ ଆଣିଥିଲେ। ଏହାପରେ ବିଜେପି ମହିଳା ମୋର୍ଚାର କଳ୍ପନା ଲେଙ୍କା, ସବିତା ମଣ୍ଡଳ ଓ ଅନ୍ୟ ମାନେ ଏହି ଅସୁବିଧାର ପନ୍ଥା ବାହାର କରିବା ଲାଗି ତପ୍ତର ହୋଇ ଉଠିଛନ୍ତି। ଏନେଇ ଆଜି ଏକ ସଭା ଗାନ୍ଧୀ ରୋଡ ବସ୍ତି ରେ ୧୭୧ ନମ୍ବର ବୁଥ୍ ର ସଭାପତି ସବିତା ମଣ୍ଡଳଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା। ଅନ୍ୟ ସମସ୍ୟା ମଧ୍ୟରେ ବର୍ଷା ଦିନରେ ବର୍ଷା ଜଳ ଲୋକଙ୍କ ଘରେ ପଶିଯିବାରୁ ଲୋକମାନଙ୍କ ବହୁ ଅସୁବିଧା ହୋଇଥାଏ। କିଛି ଲୋକଙ୍କ ଏଠି ରାସନ କାର୍ଡ ମଧ୍ୟ ନାହିଁ ବୋଲି ଅଭିଯୋଗ ଉଠିଛି। ଏବେ ଦେଖିବାକୁ ବାକି ରହିଲା ଗାନ୍ଧୀ ରୋଡ ବସ୍ତିର ଭାଗ୍ୟ ବଦଳିବ କେବେ?

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button