ରାଜ୍ୟ

ଆମ ଅଧିକାର ଆମକୁ ମିଳୁ: ଯାଦବ ମହାସଂଘ – Ibnodisha

[ad_1]

ଭୁବନେଶ୍ୱର: ରାଜ୍ୟର ମୋଟ ଜନସଂଖ୍ୟାର ଏକ ପଞ୍ଚମାଂଶ ଅର୍ଥାତ ପ୍ରାୟ ୯୦ ଲକ୍ଷ ମତଦାତା ଥିବା ଯାଦବମାନଙ୍କୁ ଅନ୍ୟାନ୍ୟ ଜାତିମାନଙ୍କ ଭଳି ସେମାନଙ୍କର ଅଧିକାର ଦିଆଯାଉ। ରାଜ୍ୟରେ ପଛୁଆ ବର୍ଗର ବିଭିନ୍ନ ଜାତି ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଯେପରି ସହାୟତା ଯୋଗାଇ ହେଉଛନ୍ତି ସେହିପରି ସହାୟତା ରାଜ୍ୟର ଯାଦବମାନଙ୍କୁ ଯୋଗାଇ ଦେବା ପାଇଁ ଯାଦବ ମହାସଂଘ, ଓଡ଼ିଶା ପକ୍ଷରୁ ଦାବି କରାଯାଇଛି। ଯାଦବ ମହାସଂଘର ରାଜ୍ୟ ସମ୍ମିଳନୀରେ ପାରିତ ପ୍ରସ୍ତାବ ଅନୁସାରେ ଲୋକକଳାର ମାନ୍ୟତା ପାଇଥିବା ଲଉଡ଼ି ଖେଳର ବିକାଶ ତଥା ଏହା ଉପରେ ଗବେଷଣା ପାଇଁ ସରକାର ଭୁବନେଶ୍ୱରରେ ଏକ ଗବେଷଣା କେନ୍ଦ୍ର ସ୍ଥାପନ କରିବାକୁ ଦାବି କରାଯାଇଛି। ଅନ୍ୟ ଜାତିମାନଙ୍କୁ ସରକାର ଯେପରି ପୁରୀଠାରେ ଭବନ ନିର୍ମାଣ ଉଦ୍ଦେଶ୍ୟରେ ମାଗଣା ଜମି ଓ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ସେହିଭଳି ଯାଦବମାନଙ୍କର ଏକ ଭବନ ନିର୍ମାଣ କ୍ଷେତ୍ରରେ ପଦକ୍ଷେପ ନେବାକୁ ସଂଘର ସାଧାରଣ ସମ୍ପାଦକ ଆଲେକଗାଣ୍ଡାର ଦାସ ଦାବି କରିଛନ୍ତି। ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରାଯିବା ସହିତ ଓବିସିମାନଙ୍କ ମଣ୍ଡଳ କମିଶନଙ୍କ ସୁପାରିଶ ଅନୁସାରେ ୨୭ ପ୍ରତିଶତ ସଂକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ପ୍ରସ୍ତାବ ପାରିତ ହୋଇଛି।

ରାଜ୍ୟରେ ଦୁଗ୍ଧଚାଷୀମାନେ ଉଚିତ ମୂଲ୍ୟ ପାଉନଥିବାରୁ ବହୁକ୍ଷତିର ସମ୍ମୁଖୀନ ହେଉଛନ୍ତି। ତେଣୁ ସେମାନଙ୍କ ପାଇଁ ପ୍ରତିବର୍ଷ ଦୁଗ୍ଧର ସହାୟକ ମୂଲ୍ୟ ବୃଦ୍ଧି କରାଯାଉ। ଯାଦବ ମହିଳାମାନଙ୍କ ନେଇ ସ୍ୱତନ୍ତ୍ର ଏସଏଚଜି ଗଠନ କରାଯାଇ ଡାଏରୀ ଫାର୍ମ ଓ ଅନ୍ୟାନ୍ୟ ଆର୍ଥିକ ସ୍ୱାବଲମ୍ବନ ପନ୍ଥା ଯୋଗାଇ ଦେବାକୁ ରାଜ୍ୟ ସଭାପତି ଦଶରଥ ପରୁଆ ଦାବି କରିଛନ୍ତି। ରାଜ୍ୟର ସମସ୍ତ ରାଜନୈତିକଦଳମାନେ ଯାଦବ ଜନସଂଖ୍ୟା ଯେଉଁ ନର୍ବାଚନମଣ୍ଡଳୀରେ ଅଧିକ ଅଛନ୍ତି ସେ ସବୁ ଅଞ୍ଚଳରେ ଯାଦବ ପ୍ରାର୍ଥୀ ରାଜ୍ୟ ଶାସନରେ ଅଂଶୀଦାର କରିବାକୁ ସମ୍ମିଳନୀରେ ଦାବି କରାଯାଇଛ। ଏହି ସମ୍ମିଳନୀରେ ସାମ୍ବାଦିକ ରବି ଦାସ ଉଦ୍‍ଘାଟକ ଭାବରେ ଯୋଗ ଦେଇଥିବାବେଳେ, ମହାସଂଘର କାର୍ଯ୍ୟକାରୀ ସଭାପତି ଶିଶିରକାନ୍ତ ବେହେରା, ସଂଗଠନ ସମ୍ପାଦକ ରାମଚନ୍ଦ୍ର ବେହେରା, ଦିଲ୍ଲିପ ବେହେରା, ନିଶିଥ ବାରିକ, ରାଜେଶ ମହାଖୁଡ଼ ପ୍ରମୁଖ ଯୋଗ ଦେଇଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button