ଦେଶ

ଚେକ୍ ବାଉନ୍ସ ମାମଲା: ରାଜକୁମାର ସନ୍ତୋଷୀଙ୍କୁ ୨ କୋଟିର ଜୋରିମାନା ସହ ୨ ବର୍ଷ ଜେଲ୍‌ଦଣ୍ଡ – Ibnodisha

[ad_1]

ମୁମ୍ବାଇ: ବଲିଉଡ୍ ଜଗତର ଅନ୍ୟତମ ଅପ୍ରତିଦ୍ୱନ୍ଦ୍ୱୀ ନିର୍ଦ୍ଦେଶକ, ପ୍ରଯୋଜକ ରାଜକୁମାର ସନ୍ତୋଷୀଙ୍କୁ ୨ବର୍ଷ ଜେଲ୍‌ଦଣ୍ଡ ସହ ୨ କୋଟି ଟଙ୍କାର ଜୋରିମାନା ଦଣ୍ଡ ଲାଗୁ କରାଯାଇଛି । ଶନିବାର ଏକ ବହୁ ପୁରୁଣା ଚେକ୍ ବାଉନ୍ସ ମାମଲାରେ ଶୁଣାଣି କରିବା ଅବସରରେ ଜାମନଗର କୋର୍ଟ ରାଜକୁମାର ସନ୍ତୋଷୀଙ୍କୁ ଏପ୍ରକାର ଦଣ୍ଡାଦେଶ ଦେଇଛନ୍ତି । ରିପୋର୍ଟ ଅନୁସାରେ ଚଳଚ୍ଚିତ୍ର ନିର୍ମାତା ରାଜକୁମାର ସନ୍ତୋଷୀ, ୨୦୧୫ରେ ଜାମନଗରର ଜଣେ ବ୍ୟବସାୟୀ ତଥା ନିଜର ଜଣେ ଭଲ ବନ୍ଧୁ ଅଶୋକ ଲାଲଙ୍କ ଠାରୁ ୧ କୋଟି ଟଙ୍କାର ଋଣ ନେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଏହି ଟଙ୍କା ଅଶୋକ ଲାଲ୍‌ଙ୍କୁ ଫେରସ୍ତ କରିନଥିଲେ । ଅଶୋକ ଲାଲ୍ ଯେତେବେଳେ ନିଜ ଟଙ୍କା ଫେରସ୍ତ ପାଇଁ ଜିଦ୍ ଧରିଥିଲେ ସେତେବେଳେ ରାଜକୁମାର ସନ୍ତୋଷୀ, ଏକକାଳୀନ ୧୦ ଲକ୍ଷ ଲେଖାଏ ୧୦ଟି ଚେକ୍ ଅଶୋକ ଲାଲ୍‌ଙ୍କୁ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏସବୁ ଚେକ୍ ବାଉନ୍ସ ହୋଇଯାଇଥିଲା । ପରେ ବାଧ୍ୟହୋଇ ଅଶୋକ ଲାଲ୍ ରାଜକୁମାର ସନ୍ତୋଷୀଙ୍କ ବିରୋଧରେ ଆଇନଗତ ଆଶ୍ରୟ ନେଇଥିଲେ ଏବଂ ଜାମନଗର କୋର୍ଟରେ ମାମଲା ଦାୟର କରିଥିଲେ ।

୨୦୧୯ରେ ରାଜକୁମାର ସନ୍ତୋଷୀଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରାଯାଇଥିଲା । ରାଜକୁମାର ସନ୍ତୋଷୀ ସେତେବେଳେ କୋର୍ଟରେ ହାଜର ହୋଇ ସେ ଅଶୋକ ଲାଲ୍‌ଙ୍କ ଠାରୁ ୧ କୋଟି ଟଙ୍କା ନେଇଥିବା ସ୍ୱୀକାର କରିଥିଲେ । କୋର୍ଟ ସେତେବେଳେ ଅତିରିକ୍ତ ୧୫ ହଜାର ଟଙ୍କା ସହ ମୂଳ ଅର୍ଥ ଅର୍ଥାତ୍ ୧ କୋଟି ଟଙ୍କା ଅଶୋକ ଲାଲ୍‌ଙ୍କୁ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାଜ କୁମାର ସନ୍ତୋଷୀ ୨୦୧୯ରୁ ଏପର୍ଯ୍ୟନ୍ତ ଉକ୍ତ ଅର୍ଥ ଫେରସ୍ତ କରିନାହାନ୍ତି । ଫଳରେ କୋର୍ଟ ଏବେ ମୂଳ ୧ କୋଟି ଟଙ୍କା ସହ ଅତିରିକ୍ତ ୧ କୋଟି ଟଙ୍କା ଅଶୋକ ଲାଲ୍‌ଙ୍କୁ ଦେବାକୁ ରାଜକୁମାର ସନ୍ତୋଷୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜକୁମାର ସନ୍ତୋଷୀ, ନିଜ ପ୍ରଡକସନ୍ ହାଉସ୍ ଅନ୍ତର୍ଗତ ଦାମିନୀ, ଅଜବ ପ୍ରେମ୍ କି ଗଜବ କାହାନୀ, ଖାକି, ଘାତକ, ଘାୟଲ ଭଳି ଅନେକ ସୁପରହିଟ୍ ଚଳଚ୍ଚିତ୍ର ନିର୍ମାଣ କରିସାରିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button