ରାଜନୀତି

ବରୀ ରେ ଶକ୍ତି ପ୍ରଦର୍ଶନ କଲେ ବିଧାୟିକା ସୁନନ୍ଦା

ଯାଜପୁର:ବରୀ:(IBN ଓଡିଶା) :ସୋମବାର ଅପରାହ୍ନରେ ରସୁଲପୁର ବ୍ଲକ୍ ଅତଲାପୁର ପଞ୍ଚାୟତରେ ବରୀ ବିଧାୟିକା ସୁନନ୍ଦା ଦାସଙ୍କ ଜନସଂପର୍କ ପଦଯାତ୍ରା ଆୟୋଜିତ ହୋଇଥିଲା। ବାଲିପାଟଣା ଗୋପୀନାଥ ଜିଉ ମନ୍ଦିର ନିକଟରୁ ପଦଯାତ୍ରା ବାହାରି ଗଣେଶ ପାଟଣା ମହାଦେବ ମନ୍ଦିର ନିକଟ ସାଧାରଣସଭାରେ ସରିଥିଲା। ୩୬ନଂ ଜିଲ୍ଲାପରିଷଦ ଜୋନ ପୂର୍ବତନ ସଦସ୍ୟ ଚତୁର୍ଭୁଜ ଦ୍ବିବେଦୀଙ୍କ ସଭାପତିତ୍ବରେ ପରିଚାଳିତ ଏହି ସଭାରେ ବିଧାୟିକା ଶ୍ରୀମତୀ ଦାସଙ୍କ ସମେତ ବରିଷ୍ଠ ନେତା ଦେବେନ୍ଦ୍ର ଦାସ, ରସୁଲପୁର ବ୍ଲକ୍ ଅଧ୍ୟକ୍ଷ ଅରୁଣ ରାଉତ, ଉପାଧ୍ୟକ୍ଷା ଜୟନ୍ତୀ ଦାଶ, ୩୧ ନଂ ଜିଲ୍ଲାପରିଷଦ ସଭ୍ୟ ବିନୋଦ ମାଝୀ, ୨୧ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ଅଶୋକ ସାମଲ, ଜିଲ୍ଲା ବିଜେଡି ସଂପାଦକ ବେଣୁଧର ଦାସ, ବ୍ରହ୍ମବରଦାର ପୂର୍ବତନ ସରପଞ୍ଚ ବିଜୟ ଜେନା, ଅତଲାପୁର ସରପଞ୍ଚ ଅନେସା କସରଙ୍କ ସମେତ ବରୀ ନିର୍ବାଚନମଣ୍ତଳୀ ରସୁଲପୁର ବ୍ଲକ୍ ଅନ୍ତର୍ଗତ ୧୦ ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ଯୋଗ ଦେଇଥିଲେ। ବିଧାୟିକା ପଦଯାତ୍ରା ମାଧ୍ୟମରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଓ ମୁଖ୍ୟମନ୍ତ୍ରୀ ତଥା ବିଜେଡିକୁ ମଜଭୁତ କରିବା ପାଇଁ ଉପସ୍ଥିତ କର୍ମୀମାନଙ୍କୁ ଆହ୍ବାନ ଦେବା ସହ ବେଶ୍‌ ମାପିଚୁପି ମନ୍ତବ୍ୟ ଦେଇଥିଲେ। କିନ୍ତୁ, ମଞ୍ଚାସୀନ ବକ୍ତାମାନଙ୍କ ମଧ୍ୟରୁ ଅଧିକାଂଶ ଅପରଗୋଷ୍ଠୀ ଉପରେ ମନଇଚ୍ଛା ବର୍ଷିଥିଲେ। ନିଜର ସ୍ବାର୍ଥ ପୂରଣରେ ବାଧା ଉପୁଜିବାରୁ ଏହି କତିପୟ ବ୍ୟକ୍ତି ବିଧାୟିକାଙ୍କ ବିରୋଧରେ ମେଳି କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଓ ବରୀ ଜନସାଧାରଣଙ୍କ ସମର୍ଥନ ଥିବା ପର୍ଯ୍ୟନ୍ତ ସେମାନେ ବିଧାୟିକାଙ୍କ କୌଣସି କ୍ଷତି କରିପାରିବେ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଆଜିର ପଦଯାତ୍ରା ଓ ସମାବେଶ ଆଳରେ ଏହା ବିଧାୟିକାଙ୍କ ଶକ୍ତି ପ୍ରଦର୍ଶନ ବୋଲି ରାଜନୖତିକ ମହଲରେ ଚର୍ଚ୍ଚା ହେଉଛି।

ଏଠାରେ ପ୍ରକାଶଯୋଗ୍ୟ ଯେ ଗତ ୧୨ ତାରିଖରେ ଅଲପୁଆଠାରେ ବିଜେଡିର କିଛି ସଂଗଠକ ଓ କର୍ମୀ ବିଧାୟିକାଙ୍କ ବିରୋଧରେ ଏକ ସମାବେଶ କରି ବିଷୋଦ୍‌ଗାର କରିଥିଲେ। ବିଧାୟିକା ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହି ଉଦ୍ଦେଶ୍ୟମୂଳକ ଭାବରେ ବିଜେଡି କର୍ମୀମାନଙ୍କୁ ଅଣଦେଖା କରିବା ଏବଂ ବରୀ ବିଜେଡି ସଂଗଠନକୁ ଦୁର୍ବଳ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button