ରାଜନୀତି

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମ – Ibnodisha

[ad_1]

ଓଡ଼ିଶା ଭାରତବର୍ଷର ମହିଳା ଅତ୍ୟାଚାର ଓ ମାନବ ଚାଲାଣରେ ପ୍ରଥମ ରାଜ୍ୟ-ଅଳକା ଲାମ୍ବା
ଭୁବନେଶ୍ୱର – ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ମହିଳା ନ୍ୟାୟ ସମାବେଶକୁ ସମ୍ବୋଧିତ କରି ଅଖିଳ ଭାରତ ଜାତୀୟ କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା କହିଥିଲେ ଯେ ଓଡ଼ିଶା ହେଉଛି ଭାରତ ବର୍ଷର ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରର ପ୍ରଥମ ରାଜ୍ୟ । ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ୨୦୨୩ ବର୍ଷର ରିପୋର୍ଟ ଅନୁସାରେ ସାମଗ୍ରିକ ଭାବରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି କ୍ଷେତ୍ରରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ । ଖାଲି ସେତିକି ନୁହେଁ ଓଡ଼ିଶାରୁ ଅଧିକ ସଂଖ୍ୟକ ମାନବଚାଳାଣ ହେଉଛନ୍ତି । ଏହି ମାନବ ଚାଲାଣ ମଧ୍ୟରେ ୫୦ ପ୍ରତିଶତରୁ ଅଧିକ ମହିଳା ଏବଂ ବିଶେଷ କରି ନାବାଳିକା ଚାଲାଣ କରାଯାଉଛି । ଦାରିଦ୍ର‌୍ୟତା, ବେରୋଜଗାରୀ, ସାମାଜିକ ଭେଦଭାବ ଓ ଘରୋଇ ହିଂସା ମାନବ ଚାଲାଣର ମୁଖ୍ୟ କାରଣ ବୋଲି ଏନସିଆରବି ରିପୋର୍ଟରେ ପ୍ରକାଶିତ ।
ଅଖିଳ ଭାରତ ଜାତୀୟ କଂଗ୍ରେସ ମହିଳା ସଭାନେତ୍ରୀ ଶ୍ରୀମତୀ ଅଲକା ଲମ୍ବା ପ୍ରଥମ ଥର ପାଇଁ ଆଜି ଓଡ଼ିଶାଗସ୍ତ କରି ପ୍ରଦେଶ କଂଗ୍ରେସ ଭବନ ଠାରେ ମହିଳା ନ୍ୟାୟ ସମାବେଶକୁ ଉଦ୍‌ଘାଟନ କରି କହିଥିଲେ ଯେ ରାଜ୍ୟର ମହିଳାମାନଙ୍କ ସ୍ଥିତି ଅତ୍ୟନ୍ତ ସଙ୍କଟାପନ୍ନ । ପ୍ରତିଦିନ ୭ ଜଣ ମହିଳାଏ ରାଜ୍ୟରେ ଧର୍ଷିତା ହୁଅନ୍ତି ଏବଂ ତନ୍ମମଧ୍ୟରୁ ଚାରି ଜଣ ନାବାଳିକା । ରାଜ୍ୟ ସରକାର ସ୍ୱୟଂସହାୟକି ଗୋଷ୍ଠି ମାଧ୍ୟମରେ ୭୩ଲକ୍ଷ ମହିଳାଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି ବୋଲି ଦାବି କରୁଛନ୍ତି ଏହାଦ୍ୱାରା ମହିଳାମାନଙ୍କୁ ଆର୍ଥିକ ବିକାଶ ଘଟିଛି ବୋଲି ମିଛ ଦାବି କରୁଛନ୍ତି । ବର୍ଷ ବର୍ଷ ଧରି ସ୍ୱୟଂସହାୟକି ଗୋଷ୍ଠିର ମହିଳାମାନଙ୍କର ମାସିକ ଆୟ କେତେ ଏକଥା କେବେହେଲେ ରାଜ୍ୟ ସରକାର ପ୍ରକାଶ କରୁନାହାନ୍ତି । କିନ୍ତୁ ଯେଉଁ ସବୁ ତଥ୍ୟ ପ୍ରକାଶ ପାଉଛି ଓଡ଼ିଶାର ସ୍ୱୟଂ ସହାୟକ ଗୋଷ୍ଠିର ଦୈନିକ ଆୟ ୧୭ଟଙ୍କା ୬୭ ପଇସା, କୃଷକର ଆୟ ମାତ୍ର ଦିନକୁ ୨୭ ଟଙ୍କା ଏଭଳି ପରିସ୍ଥିତିରେ କିଭଳି ଭାବରେ ମହିଳାମାନେ ଅର୍ଥନୈତିକ କ୍ଷେତ୍ରରେ ସ୍ୱାବଲମ୍ବି ହୋଇଛନ୍ତି ଏବଂ ସଶକ୍ତ ହୋଇଛନ୍ତି ବୋଲି ମିଛ ଦାବି କରାଯାଉଛି । ମହିଳାମାନେ କୋମଳ ଭଳି ଉଦାର ଓ ନରମ କିନ୍ତୁ ମହିଳମାନଙ୍କୁ କେବେ କମଜୋର ବୋଲି ବିବେଚନା କରିବା ଉଚିତ ନୁହେଁ । ମହିଳାମାନେ ଭାରତ ବର୍ଷର ଜନସଂଖ୍ୟାର ୫୦ ଭାଗ । ଆଜି ସବୁ କ୍ଷେତ୍ରରେ ମହିଳମାନେ ଯୋଗଦାନ କରୁଛନ୍ତି । ଓଡ଼ଶାର ମହିଳା ଯେତେ ଅଧିକ ଶକ୍ତିଶାଳି ହେବେ ଓଡ଼ିଶା ସେତେ ଅଗ୍ରସର ହେବ । କିନ୍ତୁ ପ୍ରକୃତରେ ଓଡ଼ିଶାର ମହିଳମାନଙ୍କ ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ । ରାଜ୍ୟର ୧୦ଟି ଆଦିବାସୀ ବହୁଳ ଅଂଚଳରେ ଶତକଡ଼ା ୭୪ ପ୍ରତିଶତରୁ ଅଧିକ ମହିଳା ରକ୍ତହୀନତାରେ ଶିକାର ହେଉଛନ୍ତି । ଅପପୃଷ୍ଟି ଯୋଗୁଁ ଆଜି ମଧ୍ୟ ୧୦ଟି ଆଦିବାସୀ ବହୁଳ ଜିଲ୍ଲାରେ କମ ଓଜନ ଓ କମ ଉଚ୍ଚତା ବିଶିଷ୍ଟ ବହୁ ଅଧିକ ଶିଶୁ ଜନ୍ମ ଗ୍ରହଣ କରୁଛନ୍ତି ଏହା ଆମ ଜାତୀୟ ହାର ଠାରୁ ଢ଼େର ଅଧିକ । ଓଡ଼ିଶା ମହିଳା କଂଗ୍ରେସ ଦଳ ରାଜ୍ୟର ମହିଳାମାନଙ୍କ ପାଇଁ ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ନ୍ୟାୟ ଲଢ଼ିବା ପାଇଁ ପ୍ରତ୍ୟେକ ଜିଲ୍ଲା, ବ୍ଲକ ସ୍ତରକୁ ଯିବ । ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥର ଦରଦାମ ବୃଦ୍ଧି ହେତୁ ଆଜି ଗୃହିଣୀଙ୍କ ହାଣ୍ଡିଶାଳକୁ ମାଡ଼ ହୋଇଛି । ୨୦୧୪ ମସିହା କଂଗ୍ରେସ ସରକାର ସମୟରେ ରନ୍ଧନଗ୍ୟାସର ମୂଲ୍ୟ ୪୨୦ ଟଙ୍କା ଥିଲା କିନ୍ତୁ ଆଜି ଓଡ଼ିଶାରେ ୧୧୫୦ ଟଙ୍କା, ଅଟା କିଲୋ ୨୦୧୪ ରେ ୨୨ ଟଙ୍କାରେ ମିଳୁଥିଲା ବେଳେ ଆଜି ଏହା ୫୦ ଟଙ୍କା ହୋଇଗଲାଣି । ଲୋକଙ୍କର ରୋଜଗାର ନାହିଁ, ଆୟ ନାହିଁ, ଖର୍ଚ୍ଚ ବହୁ ପରିମାଣରେ ବୃଦ୍ଧି ଘଟିବା ହେତୁ ବହୁ ପରିବାରରେ ଆଜି ଅଶାନ୍ତି ସୃଷ୍ଟି ହେଉଛି । ଉଭୟ କେନ୍ଦ୍ରର ନରେନ୍ଦ୍ର ମୋଦି ଓ ଓଡ଼ିଶାର ବିଜେଡ଼ି ସରକାର ମହିଳାମାନଙ୍କ ବିରୋଧି । ଯେଉଁ ସ୍ୱୟଂ ସହାଗୋଷ୍ଠିର ମହିଳାମାନଙ୍କ କଥା କହି ମିଛ ପ୍ରଚାର କରାଯାଉଛି ଏହାର ସତ୍ୟତା ଖୁବଶୀଘ୍ର ଲୋକଙ୍କୁ ଜଣାଯିବ । କଂଗ୍ରେସ ସରକାର ସମୟରେ ମହିଳାମାନଙ୍କ ପ୍ରଗତୀ ପାଇଁ ସ୍ୱୟଂ ସହାୟକ ଗୋଷ୍ଠି ଗଠନ କରାଯାଇଥିଲା । ଏବଂ ଶ୍ରୀମତୀ ସୋନିଆ ଗାନ୍ଧୀଜୀ ଉପା ସରକାର ସମୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ଅଧିକ ପ୍ରୋତ୍ସାହିତ କରିବା ସହିତ ସେମାନେ କିଭଳି ଆଗକୁ ବଢ଼ିବେ ସେଥିପାଇଁ ସ୍ୱତନ୍ତ୍ର ଯୋଜନାମାନ ପ୍ରସ୍ତୁତ କରାଯାଇଥିଲା ।
ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ମହିଳା ନ୍ୟାୟ ସମାବେଶକୁ ସମ୍ବୋଧିତ କରି କହିଲେ ଯେ ଆଜି ଦୀର୍ଘ ୨୪ ବର୍ଷର ଶାସନ ପରେ ଓଡ଼ିଶାର ମହିଳମାନେ ସବୁଠାରୁ ଅଧିକ ଅବହେଳିତ, ନିଷ୍ପେଶିତ । ରାଜ୍ୟର ମହିଳାମାନଙ୍କ ଅତ୍ୟାଚାର ବହୁ ପରିମାଣରେ ନବୀନ ପଟ୍ଟନାୟକ ସରକାର ସମୟରେ ବଢ଼ିଯାଉଛି । କିନ୍ତୁ ରାଜ୍ୟ ସରକାର ଏଥିପ୍ରତି କଡ଼ା ଦୃଷ୍ଟି ଦେବା ପରିବର୍ତେ ଆଦୌ ନଜର ଦେଉନାହାନ୍ତି । ଯେଉଁଥି ପାଇଁ ରାଜ୍ୟ ଆଜି ସାରା ଦେଶରେ ମହିଳା ଅତ୍ୟାଚାର କ୍ଷେତ୍ରରେ ଦେଶର ପ୍ରଥମ ସ୍ଥାନ ଅଧିକାର କରିଛି । ଆଜି ଜଣେ ମହିଳାଟି ରାତିରେ ନିରାପଦରେ ଘରକୁ ଯାଇପାରୁ ନାହିଁ । ମହିଳାମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି । ରାଜ୍ୟର ଅଧିକାଂଶ ଶିକ୍ଷିତା ଯୁବତୀ ଆଜି ବେରୋଜଗାର । ରାଜ୍ୟର ମହିଳମାନେ ନିଷ୍ପତି ନିଅନ୍ତୁ ଆସନ୍ତା ଦିନରେ କଂଗ୍ରେସ ସରାକାରକୁ ରାଜ୍ୟରେ ଗଠନ କରିବାପାଇଁ ସେମାନେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାପାଇଁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି ଆଜି ଏହି ନାରୀ ନ୍ୟାୟ ସମ୍ମିଳନୀରେ ଉଦ୍‌ବୋଧନ ଦେଇ କହିଥିଲେ ଯେ ରାଜ୍ୟର ମହିଳାମାନଙ୍କ ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ । ରାଜ୍ୟରେ ଶତକଡ଼ା ୭୫ ଭାଗ ମହିଳା ଓ ଅପପୃଷ୍ଟିର ଶିକାର ହେଉଛନ୍ତି । ଆଜି ମଧ୍ୟ ରାଜ୍ୟରେ ମା’ଟି ପ୍ରସବ ପାଇଁ ଖଟରେ ବୁହାହୋଇ ଡାକ୍ତରଖାନା ହେଉଛି । ଏହା ହେଉଛି ଏ ସରକାରର ଉପଲବ୍ଧି ମା’ମାନଙ୍କ ପ୍ରତି ଦାୟିତ୍ୱ । ୨୪ ବର୍ଷର ସରକାର ରାଜ୍ୟରେ ଢ଼େର ନଗଡ଼ା ସୃଷ୍ଟି କରିଛନ୍ତି । କେବଳ ଯାଜପୁରର ନଗଡ଼ା ନୁହେଁ, ମୟୁରଭଞ୍ଜ, କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦୁଝର, ମାଲକାନାଗରି, ନବରଙ୍ଗପୁର ଓ କୋରାପୁଟରେ ମଧ୍ୟ ଢ଼େର ନଗଡ଼ା ଆଜି ସୃଷ୍ଟି ହୋଇଛି । ଏହି ନାରୀନ୍ୟାୟ ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ତାରା ପ୍ରସାଦ ବାହିନୀପତି, ପୂର୍ବତନ ସାଂସଦ ଅନନ୍ତ ସେଠୀ, ସୁରେଶ କୁମାର ରାଉତରାୟ, ବିଜୟ ପଟ୍ଟନାୟକ, ଶିବାନନ୍ଦ ରାୟ, ବିଶ୍ୱଜିତ ଦାଶ, ୟାସିର ନୱାଜ, ରଣଜିତ ପାତ୍ର, ଦାସରଥି ଗମାଙ୍ଗୋ, ବିଜୟଲକ୍ଷ୍ମୀ ସାହୁ, ରଶ୍ମି ମହାପାତ୍ର, ସସ୍ମିତା ବେହେରା, ଅନିତା ବିଶ୍ୱାଳ, ଗୀତାଞ୍ଜଳି ମହାନ୍ତି, ଶିଳ୍ପଶ୍ରୀ ହରିଚନ୍ଦନ, ଶ୍ରିୟାସ୍ମିତା ପଣ୍ଡା, ଅଜୟନ୍ତି ପ୍ରଧାନ, ପ୍ରଣତୀ ମିଶ୍ର, ପ୍ରତିମା ମଲ୍ଲିକ, ସ୍ନେହଲତା ରାୟ ଚୌଧୁରୀ, ମଧୁସ୍ମିତା ଆଚାର୍ଯ୍ୟ, ସୁଭ୍ରଦା ମିଶ୍ର, ସ୍ୱାଗତିକା ପଟ୍ଟନାୟକ, ସିଲି ସେଠୀ, ଲିପ୍ସା ଚାଟପାଲି, ଜ୍ୟୋର୍ତିମୟୀ ବାଗ, ବିନ୍ଧାବିନୀ ସାହୁ, ଏମଏ ପରୱିନ, ପ୍ରଜ୍ଞାପରମିତା, ଶୋଭାମୟୀ ସିଂ, ମୌସୁମୀ ସାହୁ, ମନଜା ପଣ୍ଡା, ନିରୁପମା ପାତ୍ର, ନିରୁପମା ଦାସ, ରୁପାଦ୍ୱୀପ୍ତା ମହାପାତ୍ର, ଦେବସ୍ମିତା ସାମଲ, ସରୋଜୀନୀ ବାକ୍ରା, ଦାଶରଥି ଗମାଙ୍ଗୋ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, କଳ୍ପନା ସେନ, ଅନ୍ନପୂର୍ଣ୍ଣା ସାହୁ, କନକ ମଲ୍ଲିକ, ଜାନକୀ ମଲ୍ଲିକ, ଦୀପ୍ତିରାଣୀ ପ୍ରଧାନ, ମିଲାନୀ ସାହୁ, ସ୍ମିତାରାଣୀ ସାମଲ, ଆରତୀ ଦେଓ, ପ୍ରିୟମ୍ବଦା ପାଣି, ଜୟଶ୍ରୀ ପାତ୍ର, ଜଲି ମହାକୁଡ଼, ଶାନ୍ତିଲତା ବେହେରା, ଭାଗ୍ୟଶ୍ରୀ ମହାନ୍ତି, ଲକ୍ଷ୍ମିପ୍ରୀୟା ନାୟକ, ଅପର୍ଣ୍ଣା ସେଠୀ, ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button