ରାଜ୍ୟ

ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର – Ibnodisha

[ad_1]

ବଲାଙ୍ଗୀର : ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ ସାତମାଇଲରେ ଘଟିଛି ଅଭାବନୀୟ ଘଟଣା । ସାତମାଇଲ ଛକ ନିକଟ ଏକ ପଡିଆରେ ଥିବା ଗଛ ନିକଟରୁ ଜଣେ ମହିଳାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ଶାଢ଼ୀରୁ ସେ ଜଣେ ମିଶନ ଶକ୍ତିର କର୍ମଚାରୀ ବୋଲି ଜଣାପଡିଛି। ତେବେ ସୂଚନା ଅନୁଯାୟୀ, ଆଜି ସକାଳେ ଛକ ନିକଟରେ ମହିଳାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଘଟଣା ବିଷୟରେ ସ୍ଥାନୀୟ ଲୋକେ ପୁଇଁତଳା ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମହିଳାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣା ତଦନ୍ତ କରୁଛି। ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପୁଲିସ ସନ୍ଦେହ କରାଯାଉଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button