ରାଜ୍ୟ

ଏମ.ଭି.ଦେବୀ ଜାହାଜକୁ ଅଟକ ରଖ : ହାଇକୋର୍ଟ – Ibnodisha

[ad_1]

କଟକ : ପାରାଦୀପ ବନ୍ଦରରେ ଏକ ସଂସ୍ଥାର ବର୍ଥରେ ଏମ.ଭି. ଦେବୀ ନାମକ ଜାହାଜ ନିର୍ଦ୍ଧାରିତ ସମୟଠାରୁ ଅଧିକ ଦିନ ରହିବା ଓ ଏହି ରହଣି ବାବଦ ଦେୟ ବିବାଦକୁ ନେଇ ଏହି ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ। ସାମୁଦ୍ରିକ ବିବାଦ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ସମ୍ପୃକ୍ତ ଜାହାଜକୁ ଅଟକ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ ପ୍ରାଇଭେଟ ଲିମିଟେଡ୍‌‌ ପକ୍ଷରୁ ଦାୟର ଅନ୍ତରୀଣ ଆବେଦନର ଶୁଣାଣି କରି ଜଷ୍ଟିସ ଭି. ନରସିଂହ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଏ ସଂକ୍ରାନ୍ତୀୟ ସାମୁଦ୍ରିକ ବିବାଦ ସମ୍ପର୍କିତ ମୂଳ ମାମଲାର ମାର୍ଚ୍ଚ ୭ରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ୟ୍ୟ କରାଯାଇଛି। ମାମଲାରୁ ପ୍ରକାଶ ଯେ ଆବେଦନକାରୀ ସଂସ୍ଥାର ବର୍ଥରେ ଜାହାଜଟି ଧାର୍ୟ୍ୟ ସମୟଠାରୁ ଅଧିକ ଦିନ ରହିଛି। ଜାହାଜ ନିକଟରୁ ୭ କୋଟି ୯୫ ଲକ୍ଷ ୪୭ ହଜାର ୧୭୦ ଟଙ୍କା ଭଡା ଓ ଅନ୍ୟାନ୍ୟ ବାବଦରେ ଆଦାୟ ହେବା କଥା। ଏହା ପଇଠ ହୋଇ ନଥିବାରୁ ଆବେଦନକାରୀ ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମୂଳ ମାମଲା ବିଚାରାଧୀନ ଥିବା ବେଳେ ଆଡମିରାଲ୍ଟି (ଜୁରିସଡିକ୍ସନ୍‌‌ ଆଣ୍ଡ ସେଟେଲମେଣ୍ଟ ଅଫ୍‌‌ ମାରିଟାଇମ୍‌‌ କ୍ଲେମ୍ସ) ଆଇନ ୨୦୧୭ ଅନୁସାରେ ଜାହାଜକୁ ଅଟକ ରଖାଯାଉ ବୋଲି ଅନ୍ତରୀଣ ଆବେଦନରେ ଉଲ୍ଲେଖ କରାଯାଇଥିଲା। ସୂଚନାଥାଉକି ବିଦେଶରୁ ପରାଦୀପ ବନ୍ଦରକୁ ଆସିଥିବା ଏହି ଜାହାଜରୁ ଗତ ୨୦୨୩, ନଭେମ୍ବର ୩୦ରେ ୨୨ଟି ପ୍ୟାକେଟରେ ଥିବା କୋକେନ ଜବତ ହୋଇଥିଲା। ପାରାଦୀପ ବନ୍ଦରରେ ଏହି ଜାହାଜ ଅଟକି ରହିଥିଲା ବେଳେ କାର୍ଗୋ ଟର୍ମିନାଲ ସଂସ୍ଥାକୁ ତାର ଭଡା ଓ ଅନ୍ୟାନ୍ୟ ବାବଦ ପ୍ରାପ୍ୟ ଦିଆଯାଉନଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button