ରାଜ୍ୟ

ପାକିସ୍ତାନରେ ବୋମା ବିସ୍ଫୋରଣ: ୧୧ ମୃତ – Ibnodisha

[ad_1]

ପାକିସ୍ତାନ: ପାକିସ୍ତାନରେ ବୋମା ବିସ୍ଫୋରଣରେ ୧୧ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ରୁ ଅଧିକ ଆହତ ହୋଇଛନ୍ତି । ପାକିସ୍ତାନର ଉତ୍ତର ୱାଜିରିସ୍ତାନର ଗୁଲମିର କୋଟ ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଛି । ଏକ ଭ୍ୟାନରେ ରଖାଯାଇଥିଲା ବୋମା । ତେବେ ବୋମା ବିସ୍ଫୋରଣ ପଛରେ କାହାର ସଂପୃକ୍ତି ରହିଛି ଏଯାଏ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି ।

ତେବେ ଆତଙ୍କବାଦୀ ଏହି ବିସ୍ଫୋରଣ କରିଥିବା ପୋଲିସ କହିଛି । ଶ୍ରମିକ ନେଇ ଯାଉଥିବା ଭ୍ୟାନ୍‌କୁ ବିସ୍ଫୋରଣ କରି ଉଡାଇ ଦେଇଥିଲେ ଆତଙ୍କବାଦୀ । ପାକିସ୍ତାନ ସୁରକ୍ଷା ଏଜେନ୍ସୀ ମାମଲାର ତଦନ୍ତ କରୁଛି । ବାଜୁଆରରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣର କିଛି ସପ୍ତାହ ପରେ ଏହି ବିସ୍ଫୋରଣ ହୋଇଛି । ବାଜୁଆର ବିସ୍ଫୋରଣରେ ୨୩ ଛୋଟ ପିଲାଙ୍କ ସମେତ ୬୩ ଲୋକଙ୍କର ଜୀବନ ଯାଇଥିଲା । ପ୍ରାୟ ୨୦୦ରୁ ଅଧିକ ଆହତ ହୋଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button