ରାଜ୍ୟ
ବାରବାଟୀ ଷ୍ଟାଡିୟମକୁ ନେଇ ରାଜନୀତି କରାନଯାଉ: ଓସିଏ ସମ୍ପାଦକ – Ibnodisha

[ad_1]
କଟକ : ବାରବାଟୀ ଷ୍ଟାଡିୟମ ସମ୍ପ୍ରସାରଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓଡିଶା କ୍ରିକେଟ ଆସୋସିଏସନ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି। ଷ୍ଟାଡିୟମକୁ ନେଇ ରାଜନୀତି କରାନଯାଉ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ବାରବାଟୀ ଷ୍ଟାଡିୟମର ଐତିହ୍ୟ ଅକ୍ଷୁର୍ଣ୍ଣ ରହିବ, ଷ୍ଟାଡିୟମକୁ ସମ୍ପ୍ରସାରଣ କରାଯାଇ ଅନ୍ତର୍ଜାତୀୟସ୍ତରର ନିର୍ମାଣ କରାଯିବ। ଓଡ଼ିଶାର ସମ୍ପତ୍ତି ବାରବାଟୀ ଷ୍ଟାଡିୟମକୁ ଉନ୍ନତମାନର କରାଯିବ, ଆଗାମୀ ୫୦ ବର୍ଷକୁ ଲକ୍ଷ୍ୟରେ ରଖି ଷ୍ଟାଡିୟମ ନିର୍ମାଣ କରାଯାଉଛି। ବିଧାୟକ ମହମ୍ମଦ ମୋକିମ ଏହାକୁ ବିରୋଧ ନକରି ସହଯୋଗ କରନ୍ତୁ ଏବଂ ରାଜନୀତି କରନ୍ତୁ ନାହିଁ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି।
[ad_2]