ରାଜ୍ୟ

୮ଟି ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଉଛନ୍ତି ୩ ଶିକ୍ଷକ, ଛାତ୍ରଛାତ୍ରୀଙ୍କ ସମେତ ଧାରଣା ଦେଲେ ଅଭିଭାବକ

ହରିଚନ୍ଦନପୁର : ଆଠଟି ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମାତ୍ର ୩ ଜଣ ଶିକ୍ଷକ ପାଠ ପଢ଼ାଉଛନ୍ତି। ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କର ଅନୁପାତ କଥା ଚିନ୍ତା କଲେ ଯେକୌଣସି ବୁଦ୍ଧିଜୀବୀଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗିବ। କିନ୍ତୁ ଘଟଣା ସତ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜଂଘିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ  ଶିକ୍ଷକ ମରୁଡ଼ି ଦେଖାଯାଇଛି। ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଅନ୍ୟ ସୁବିଧା ପୂରା କରିବା ଦାବିରେ ଆଜି ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକ ଏକାଠି ହୋଇଛନ୍ତି। ବିଦ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି।ସୂଚନା ଅନୁସାରେ ବିଦ୍ୟାଳୟର ୨୫୮ ଜଣ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ବିଦ୍ୟାଳୟ ସମ୍ମୁଖରେ ଖରାରେ ବସି ଅଭିନବ ପ୍ରତିବାଦ କରିଥିଲେ। ବିଦ୍ୟାଳୟରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ରହିଛି ମାତ୍ର ୫ଟି ଶ୍ରେଣୀଗୃହ। ପିଲାଙ୍କୁ ପଢ଼ାଉଛନ୍ତି ମାତ୍ର ୩ ଜଣ ଶିକ୍ଷକ। ଏଭଳି ସ୍ଥିତିରେ ଦୀର୍ଘ ଦିନ ଧରି ବିଦ୍ୟାଳୟର ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି, ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଳରେ ଅସନ୍ତୋଷ ଦେଖା ଦେବା ସହ, ସମସ୍ୟାର ସମାଧାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ହେଲେ ସମସ୍ୟାର ସମାଧାନ ନହେବାରୁ ଆଜି ସ୍କୁଲରେ ତାଲା ପକାଇ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକମାନେ ବିଦ୍ୟାଳୟ ସମ୍ମୁଖରେ ରାସ୍ତାରେ ବସି ରହିଥିଲେ । କିଛି ସମୟ ପରେ ହରିଚନ୍ଦନପୁର ବ୍ଳକର ୩ ଜଣ ଏବିଇଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button