ଫୁସଫୁସ ରୋଗରେ ପୀଡିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ମହିଳାଙ୍କ ସହ ଦୁଷ୍କର୍ମ – Ibnodisha

[ad_1]
ଜୟପୁର: ମହିଳାଙ୍କ ସହ ଦୁଷ୍କର୍ମ କଲେ ନର୍ସ ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି । ରାଜସ୍ଥାନର ଅଲୱର ଜିଲ୍ଲାରେ ଘଟିଛି ଏଭଳି ଘଟଣା। ଫୁସଫୁସ ସଂକ୍ରମଣର ଚିକିତ୍ସା ପାଇଁ ଜଣେ ୨୪ବର୍ଷୀୟ ମହିଳା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ନିଶା ଇଞ୍ଜେକ୍ସନ ଦେଇ ଜଣେ ନର୍ସ ଏଭଳି କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏନେଇ ଅଭିଯୋଗ କରାଯିବା ପରେ ଅଭିଯୁକ୍ତ ଚିରାଗ ଯାଦବଙ୍କୁ ଗିରଫ କରିଛି ପୁଲିସ।ପୁଲିସର କହିବା ମୁତାବକ, “ଫୁସଫୁସ ସଂକ୍ରମଣ ହେତୁ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ଘଟଣା ଦିନ ଅଭିଯୁକ୍ତ ଚିରାଗ ଯାଦବ ଭୋର ପ୍ରାୟ ୪ଟା ସମୟରେ ଦୁଷ୍କର୍ମ କରିଥିଲେ। ପୀଡ଼ିତା ଏହାର ବିରୋଧ କରିବାରୁ ସେ ତାଙ୍କୁ ନିଶା ଇଞ୍ଜେକ୍ସନ ଦେଇଥିଲେ। ଚେତା ଫେରିବା ପରେ ପୀଡ଼ିତା ନିଜ ସ୍ବାମୀଙ୍କୁ ଫୋନ କରି ପୂରା ଘଟଣା ବିଷୟରେ ଜଣାଇଥିଲେ। ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ଆମେ ଅଭିଯୁକ୍ତକୁ ଅଟକ ରଖିଛୁ ଏବଂ ତାକୁ ପଚରାଉଚରା କରାଯାଉଛି। ଆମେ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରିଛୁ ଯେଉଁଥିରେ ସେ ପୀଡ଼ିତାଙ୍କ ବେଡ୍ ପାଖକୁ ଯାଇ ପରଦା ପକାଉଥିବା ଦେଖାଯାଉଛି ।
[ad_2]