ଅପରାଧ

ଯୁବକଙ୍କୁ ନୃଶଂସ ଭାବେ ଛୁରୀ ଭୁସି ହତ୍ୟା – Ibnodisha

[ad_1]

କେନ୍ଦ୍ରାପଡା : କେନ୍ଦ୍ରାପଡା ଟାଉନ ଥାନା ବଳରାମପୁର ହନୁମାନ ମନ୍ଦିର ନିକଟରେ ଘଟିଛି ବିବତ୍ସ ହତ୍ୟାକାଣ୍ଡ । ଯୁବକଙ୍କୁ ନୃଶଂସ ଭାବେ ଛୁରୀ ଭୁସି ହତ୍ୟା କରାଯାଇଛି । ତେବେ ମୃତ ଯୁବକ ଜଣଙ୍କ ପରିଚୟ ଅକ୍ଷୟ ବୋଲି ଜଣାପଡିଛି। ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ଅକ୍ଷୟ ନିଜ ଘରକୁ ଫେରିବା ବେଳେ ହନୁମାନ ମନ୍ଦିର ନିକଟରେ ଥିବା ଦୋକାନରେ ପାନ କିଣୁଥିଲେ। ଏହି ସମୟରେ ହଠାତ ଜଣେ ଯୁବକ ଆସି ତାଙ୍କୁ ପାନ ମାଗିଥିଲେ। ହେଲେ ଅକ୍ଷୟ ମନା କରିବାରୁ ଦୁହିଁଙ୍କ ମଧ୍ୟ ଖୁବ ବଚସା ହୋଇଥିଲା। ପରେ ଅଭିଯୁକ୍ତ ଜଣଙ୍କ ଉତ୍ତ୍ୟକ୍ତ ହୋଇ ଅକ୍ଷୟଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଫଳରେ ଅକ୍ଷୟଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତେଣୁ ତାଙ୍କୁ ତୁରନ୍ତ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରିବା ପରେ ମୃତ ଘୋଷଣା କରିଥିଲେ। ତେବେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି ପୋଲିସ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button