ଦେଶ

ଯାତ୍ରୀଙ୍କ ଉପରେ ମାଡ଼ି ଗଲା ଟ୍ରେନ; ୧୨ ଜଣଙ୍କ ମୃତ୍ୟୁ, ଅନେକ ଆହତ – Ibnodisha

[ad_1]

ରାଞ୍ଚି: ଝାଡ଼ଖଣ୍ଡ ଜାମତରା କାଲାଝରିଆରେ ବଡ଼ ଅଘଟଣ ଘଟିଛି। ଯାତ୍ରୀଙ୍କ ଉପରେ ମାଡ଼ି ଯାଇଛି ଗୋଟିଏ ଟ୍ରେନ। ଏଥିରେ ବର୍ତ୍ତମାନ ସୁଦ୍ଧ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ସୂଚନା ଅନୁସାରେ, ଗୋଟିଏ ପ୍ୟାସେଞ୍ଜର ଟ୍ରେନ କାଲାଝରିଆ ଷ୍ଟେସନ ଅତିକ୍ରମ କରୁଥିଲା। ଏହି ସମୟରେ ଲୋକୋ ପାଇଲଟ ରେଳ ଧାରଣରୁ ଧୂଆଁ ବାହାରୁ ଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ସେ ଭାବିଥିଲେ ଯେ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି।

ତେଣୁ ସେ ଟ୍ରେନକୁ ଅଟକାଇ ଦେଇଥିଲେ। ଟ୍ରେନ ଅଟକିବାରୁ ଲୋକମାନେ ଏଥିରୁ ଓହ୍ଲାଇ ପଡ଼ିଥିଲେ। ଏତିକି ବେଳେ ବିପରୀତ ଦିଗରୁ ଆଉ ଗୋଟିଏ ଟ୍ରେନ ଆସୁଥିଲା। ଏହା ପ୍ରଥମ ଟ୍ରେନରୁ ଓହ୍ଲାଇଥିବା ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ୧୨ ଜଣ ଲୋକଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। କିଛି ରିପୋର୍ଟରେ କୁହାଯାଇଛି ଯେ ଟ୍ରେନ ମାଡ଼ି ଯିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ କିଛି ରିପୋର୍ଟରେ ୨ ଜଣଙ୍କ ଜୀବନ ଯାଇଥିବା କୁହାଯାଇଛି। କିନ୍ତୁ ରେଳବାଇ ପକ୍ଷରୁ ମୃତ୍ୟୁସଂଖ୍ୟାକୁ ନିଶ୍ଚିତ କରାଯାଇ ନାହିଁ। ଘଟଣାସ୍ଥଳରେ ମେଡିକାଲ ଟିମ ଓ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି। ତେବେ ଘଟଣାସ୍ଥଳରେ ଆଲୋକର ବ୍ୟବସ୍ଥା ନଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button