ଦେଶ

ଗାଜାରେ ନିରୀହ ଲୋକଙ୍କ ଉପରକୁ ଇସ୍ରାଏଲ ଅତର୍କିତ ଗୁଳି ମାଡ଼ : ୧୦୪ ମୃତ – Ibnodisha

[ad_1]

ନୂଆଦିଲ୍ଲୀ : ଗାଜା ସିଟିରେ ସହାୟତା ପାଇଁ ଅପେକ୍ଷା କରିଥିବା ନିରୀହ ଲୋକଙ୍କ ଉପରକୁ ଅତର୍କିତ ଭାବେ ଗୁଳି ମାଡ଼ କରିଛି ଇସ୍ରାଏଲ। ଏଥିରେ ୧୦୪ ଜଣ ପାଲେଷ୍ଟାଇନବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮୦ ଜଣ ଆହତ ହୋଇଛନ୍ତି ବୋଲି ଗାଜାର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ତେବେ ଗାଜା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏପରି ଦାବିକୁ ଇସ୍ରାଏଲ ସେନାର ମୁଖପାତ୍ର ଖଣ୍ଡନ କରିଛନ୍ତି। ଇସ୍ରାଏଲ ସେନା ପକ୍ଷରୁ ଉକ୍ତ ସ୍ଥାନରେ କୌଣସି ପ୍ରକାରର ଗୁଳି ମାଡ଼ କରାଯାଇ ନାହିଁ।ତେବେ ନର୍ଦ୍ଦନ ଗାଜାକୁ ସହାୟତା ନେଇ ଟ୍ରକ୍‌ଗୁଡ଼ିକ ପହଞ୍ଚିବା ପରେ ଲୋକମାନେ ଠେଲାପେଲା ହୋଇ ଜିନିଷ ନେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହେବାରୁ କିଛି ଲୋକ ଆହତ ହୋଇଥିବା ଇସ୍ରାଏଲ ପକ୍ଷରୁ ସଫେଇ ଦିଆଯାଇଛି।ଗତ ବର୍ଷ ଅକ୍ଟୋବର ୭ରେ ହମାସ ପକ୍ଷରୁ ଇସ୍ରାଏଲ ଉପରେ ଆକ୍ରମଣ କରାଯାଇଥିଲା। ଏଥିରେ ୧୨ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏଥିସହ ପ୍ରାୟ ୨୫୦ ଜଣ ଲୋକଙ୍କୁ ପଣବନ୍ଦୀ କରିନେଇଥିଲା ହମାସ। ଏହାର ପାଲଟା ଜବାବରେ ଇସ୍ରାଏଲ ଗାଜାରେ ଆକ୍ରମଣ କରିଥିଲା। ଇସ୍ରାଏଲ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୩୦ ହଜାରରୁ ଅଧିକ ପାଲେଷ୍ଟାଇନବାସୀଙ୍କ ମୃତ୍ୟୁ ହୋଇ ସାରିଲାଣି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button