ଦେଶ

ଆପ୍ ନେତାଙ୍କୁ ଗୁଳିକରି ହତ୍ୟା – Ibnodisha

[ad_1]

ତରନ୍‌ତାରନ : ପଞ୍ଜାବର ତରନ୍‌ତାରନ୍ ଜିଲ୍ଲାରେ ଆଜି ଜଣେ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ପୁଲିସ୍ ପକ୍ଷରୁ ଏନେଇ ମିଳିଥିବା ସୂଚନାନୁସାରେ ଚୋହଲା ସାହିବ ଅଞ୍ଚଳର ସ୍ଥାୟୀ ନିବାସୀ ତଥା ଆପ୍ ନେତା ଗୁରୁପ୍ରୀତ୍ ସିଂହ ଆଜି କୌଣସି କାମରେ ସୁଲତାନ୍‌ପୁର ଲୋଧି ଅଭିମୁଖେ ନିଜ କାର ଯୋଗେ ଯାଇଥିଲେ । ଏହି ସମୟରେ ତାଙ୍କ ସହ କେବଳ ଡ୍ରାଇଭର ଏବଂ ଜଣେ ସୁରକ୍ଷାକର୍ମୀ ହିଁ ଥିଲେ । ତେବେ କିଛି ଦୂର ଯିବା ପରେ ତାଙ୍କ କାର୍‌କୁ ପଛପଟୁ ଅନ୍ୟ ଏକ କାର୍ ଅନୁସରଣ କରୁଥିବା ଗୁରୁପ୍ରୀତ୍‌ଙ୍କ ଡ୍ରାଇଭର ଜାଣିପାରିଥିଲେ । ଏହାପରେ ସେ କାର୍‌କୁ ଦ୍ରୁତଗତିରେ ଚଲାଇବା ଆରମ୍ଭ କରିଥିଲେ ମଧ୍ୟ ଶ୍ରୀ ଗୋଇନ୍ଦୱାଲ ସାହିବ ନିକଟ ରେଳଫାକଟ ପାଖରେ ଅଟକି ରହିବାକୁ ବାଧ୍ୟ ହୋଇଥିଲେ । କାରଣ ସେହି ସମୟରେ ଏକ ଟ୍ରେନ୍ ଆସୁଥିବାରୁ ଫାଟକ ବନ୍ଦ ରହିଥିଲା । ଏହି ସମୟରେ ହତ୍ୟାକାରୀମାନେ ସେମାନଙ୍କ ପାଖକୁ ଆସି ଅତି ନିକଟରୁ ଗୁରୁପ୍ରୀତ୍‌ଙ୍କ ଉପରେ ୫ ରାଉଣ୍ଡ ଗୁଳି ଚଳାଇଥିଲେ ଏବଂ ସେଠାରୁ ଫେରାର ହୋଇଯାଇଥିଲେ । ପୁଲିସ୍ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button