ଜୟ ଗୋ ମାତା ,କାହିଁକି ଗୋ ମାତା କୁ ପୂଜା କରାଯାଏ।ପଢନ୍ତୁ।

ଜୟ ଗୋମାତା
ଆଜି ର ଅନୁଚିନ୍ତା
ଜୟ ଗୌ ମାତା ର ନାରା ବାଲ୍ୟକଳରୁ ଶୁଣି ଶୁଣି ଆସୁଛୁ l କିନ୍ତୁ ସର୍ବପ୍ରଥମେ ଜାଣିବାକୁ ପଡିବ ଗୋମାତା କଣ ? ଯେ ପର୍ଯ୍ୟନ୍ତ ଆମେ କୌଣସି ଵସ୍ତୁ, ପଦାର୍ଥ, ପ୍ରiଣୀ, ସ୍ଥାନ ର ମହତ୍ୱ ବିଷୟରେ ବୋଧ ନ ହେବ, ସେଥିପ୍ରତି ଶ୍ରଦ୍ଧା ବଢ଼ିବନି l ଯଦି ଆମର କୌଣସି ବିଷୟରେ ଜ୍ଞାନ ହୁଏ ତାର ମହତ୍ୱ ବୃଦ୍ଧି ହୁଏ, ମହତ୍ୱ ବୃଦ୍ଧି ହେଲେ ସେଥିପ୍ରତି ଶ୍ରଦ୍ଧା ଓ ସମର୍ପଣଭାବ ଆସିଥାଏ l ସନ୍ଥ ତୁଳସୀ ଦାସ ଙ୍କ ଭାଷାରେ, ଵସ୍ତୁ ବିଷୟରେ ଜ୍ଞାନ ଆହରଣ କର, କାରଣ ଜ୍ଞାନ ବିନା ପ୍ରତିତୀ ହୁଏନା ଏବଂ ପ୍ରତିତୀ ବିନା ପ୍ରୀତି ଆସେନା ଏବଂ ଶେଷରେ ପ୍ରୀତି ବିନା ବିନା ଭକ୍ତିଭାବ ଉଦ୍ରେକ ହୁଏନା l ସୁତରାଂ ଗୋମାତା ଙ୍କ ବିଷୟରେ ଜ୍ଞାନ ହେଲେ ହିଁ ତାଙ୍କପ୍ରତି ପ୍ରୀତି ଆସିବ ଏବଂ ଶେଷରେ ତାଙ୍କ ପ୍ରତି ଭକ୍ତିଭାବ ଆସିବ l
ପରମେଶ୍ୱର ପରମାତ୍ମା ସ୍ୱୟଂ ବିଷ୍ଣୁ ବହୁତ କିଛି କଳ୍ପନା କରି ସୃଷ୍ଟି ର ଆରମ୍ଭରେ ଓଁକାର ରୁ “ବେଦ “ସୃଷ୍ଟି କଲେ କାରଣ ସୃଷ୍ଟି ରେ ମନୁଷ୍ୟ ତ ଆସିଯିବେ, କିନ୍ତୁ ମନୁଷ୍ୟତା ଓ ମାନବିକତା ଆସିବା ନିହାତି ପ୍ରୟୋଜନ l ଯଦି ମନୁଷ୍ୟତାର ଜ୍ଞାନ ନ ଆସିବ ମନୁଷ୍ୟ ଜନ୍ମ ପାଇ କି ଲାଭ, ଏମାନଙ୍କ ଠାରୁ ପଶୁ ଜନ୍ମ ଭଲ l ବେଦ ସୃଷ୍ଟି କରି ଭଗବାନ ବିଚାର କଲେ ଜ୍ଞାନ ତ ଆସିଗଲା କିନ୍ତୁ ବୈଦିକ ଧର୍ମରକ୍ଷ କିପରି ସମ୍ଭବ ହେବ ? ତେଣୁ ବୈଦିକ ଧର୍ମରକ୍ଷା ପାଇଁ ଏବଂ ସାରା ସୃଷ୍ଟି ର ଅଭ୍ୟୁଦୟ ପାଇଁ ପ୍ରକଟ କଲେ ଦିବ୍ୟ “ଗୋମାତା “l ଯଜ୍ଞ ଆଉ ହବନ ପାଇଁ ଗୋମାତା ତ ସୃଷ୍ଟି ହେଲେ, ପରେ ସମସ୍ତ କାମନା ପୂରଣ ପାଇଁ ଏବଂ ବେଦମନ୍ତ୍ର ଉଚ୍ଚାରଣ ପାଇଁ ଭଗବାନ ସୃଷ୍ଟି କଲେ “ଅଗ୍ନି “ଓ “ବ୍ରାହ୍ମଣ”l ଅର୍ଥାତ ବିଷ୍ଣୁ ଙ୍କ ମୁଖମଣ୍ଡଳରୁ 4ଟି ଦିବ୍ୟ ଵସ୍ତୁ ପ୍ରକଟ ହେଲେ,”ବେଦ, ଗୋମାତା, ଅଗ୍ନି ଓ ବ୍ରାହ୍ମଣ “l ବେଦ ପଠନ କରି ବେଦନିଷ୍ଠ ହୁଅନ୍ତୁ ବା ବ୍ରାହ୍ମଣ ଙ୍କୁ ଦାନ କରନ୍ତୁ ବା ଗୋମାତାଙ୍କୁ ଖୁଆନ୍ତୁ, ପୁଣ୍ୟଫଳ ସମାନ l ଏହି 4ଜଣଙ୍କ ସହାଚାର୍ଯ୍ୟରେ ଯଜ୍ଞ କର୍ମ ଅନୁଷ୍ଠିତ ହେଉଛି କିନ୍ତୁ ଫଳପ୍ରାପ୍ତି ଓଲଟା ହେଉଛି l କାରଣ ଆହୁତି ରେ ଦିଆଯାଉଥିବା ନକଲି ଡିବା ଛାପ ଘିଅ l ପୁଣ୍ୟଫଳ ପ୍ରାପ୍ତି ପାଇଁ ଆବଶ୍ୟକ ଶୁଦ୍ଧ ବେଦଲକ୍ଷଣl ବା ଦେଶୀ ଗୋମାତାଙ୍କ ଘିଅ l ତେଣୁ ଗୋମାତାଙ୍କୁ ଯଂଜ୍ଞଶ୍ବରୀ ମଧ୍ୟ କୁହାଯାଏ l ଗୋମାତାଙ୍କ ବିନା ଯଜ୍ଞ ଅସମ୍ପୂର୍ଣ ଯେତେ ଭି ଉପାୟ କରାଯାଉ ପଛେ l ଭଗବାନଙ୍କ ଦ୍ୱାରା ଉତ୍ପତି ଗୋମାତାଙ୍କ ସାଢେ 3 ଲକ୍ଷ୍ୟ ଲୋମ ମୂଳରୁ ସାଢେ 3 ଲକ୍ଷ୍ୟ ଗୋମାତା ଉତ୍ପନ ହୋଇ ସାରା ଭୁମଣ୍ଡଳରେ ବ୍ୟାପ୍ତ ହୋଇଗଲେ, ଯେଉଁ ଦେଶୀ ଗୋମାତାଙ୍କ ସାନିଧ୍ୟ ଆମେ ଆଜି ପାଉଛେ l
ତୀର୍ଥସ୍ଥାନ ହେଉ ବା ଗୋଶାଳା ହେଉ, ଯଦି ବ୍ୟକ୍ତି ଦେହତ୍ୟାଗ କରେ ସମାନ ପୂଣ୍ୟଫଳ ପ୍ରାପ୍ତି କରେ l ବେଦରେ ଉଲ୍ଲେଖ ଅଛି, ଯେଉଁଠାରେ ଗୋମାତାଙ୍କ ଚରଣ ରଜ (ଧୂଳି )ପଡେ, ଯେଉଁଠି ଗୋମାତା ମଳମୂତ୍ର ତ୍ୟାଗ କରନ୍ତି ବା ଯେଉଁ ଜାଗାରେ ଗୋମାତା ବିଶ୍ରାମ ପୂର୍ବକ ଶାନ୍ତିରେ ଶ୍ୱାସକ୍ରିୟା କରନ୍ତି, ସେ ଜାଗାରେ ଯଦି ବ୍ୟକ୍ତି ଦେହତ୍ୟାଗ କରେ, ଯେତେ ଭି ବ୍ରାହ୍ମହତ୍ୟା ଦୋଷ କରିଥାଉ ପଛେ ନର୍କ କୁ ନ ଯାଇ ସିଧା ଗୋଲୋକ କୁ ଗମନ କରେ ଏବଂ ଗୋଲୋକ ରେ ସ୍ଥାନ ପାଏ l ଯାହାଙ୍କ ଗୃହରେ ଗୋମାତା ବାଛୁରୀ ସହ ବିଚରଣ କରନ୍ତି ଏବଂ ସେଠାରେ ଯଦି ଗୋମାତାଙ୍କ ପାଇଁ ଗୋ ଗ୍ରାସ (ନିଜେ ଖାଇଲା ଥାଳିରୁ ଗୋମାତାଙ୍କ ପାଇଁ କାଢ଼ିବା )ର ବ୍ୟବସ୍ଥା କରାଯାଇଥାଏ, ସେ ଘରର ସୀମା ଭିତରକୁ ଯମରାଜ ଭି ପ୍ରବେଶ କରିପାରନ୍ତି ନାହିଁ (ଯମରାଜ କାହିଁକି ପ୍ରବେଶ କରିପାରନ୍ତି ନାହିଁ ତାହା ଏକ ଅଧ୍ୟାୟ )l ଯାହା ଘରେ ଗୋମାତା ନଥିବେ ସେ ଘରେ ପାପର ବିନାଶ ହେବା ଅସମ୍ଭବ କାରଣ ପାପର ସମନ ପାଇଁ ଭଗବାନ ଗୋମାତାଙ୍କୁ ସଂସାର କୁ ପଠାଇଛନ୍ତି l ଗୃହରେ ଥିବା ଗୋମାତା ଯେତେବେଳେ ସୁଖରେ ନିଶ୍ୱାସ ଗ୍ରହଣ କରନ୍ତି, ଗୃହରେ ଥିବା ସମସ୍ତ ପାପ ନିଜ ମଧ୍ୟକୁ ଟାଣି ପ୍ରଶ୍ୱାସ ରେ ସମସ୍ତ ପୁଣ୍ୟ ଏବଂ ପବିତ୍ରତା ଘର ଉପରକୁ ଛାଡି ଦିଅନ୍ତି l