ରାଜନୀତି

ରାଜନୀତିକୁ ଏଣ୍ଟ୍ରି କରିବେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ – Ibnodisha

[ad_1]

ଦୀଲ୍ଲି : ରାଜନୀତିକୁ ଏଣ୍ଟ୍ରି କରିବେ କଳ୍ପନା ସୋରେନ । ଆଜି ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ସ୍ଥାପନା ଦିବସ ଅବସରରେ ସେ ରାଜନୀତିକୁ ଏଣ୍ଟ୍ରି କରିବେ।ଜମି ଦୁର୍ନୀତି ମାମଲାରେ ଝାରଖଣ୍ଡର ବିଦାୟୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ବାନ୍ଧିବା ଘଟଣାକୁ ପ୍ରାୟ ମାସେ ହୋଇ ଯାଇଥିବା ବେଳେ ଗତ ରାତିରେ ଏପରି ଘୋଷଣା କରିଛନ୍ତି ତାଙ୍କ ପତ୍ନୀ କଳ୍ପନା ସୋରେନ । ଗତକାଲି ସକାଳେ କଳ୍ପନା ଜେଲ୍‌ରେ ଥିବା ସ୍ୱାମୀଙ୍କୁ ସାକ୍ଷାତ କରିଥିବା ବେଳେ ଏହାପରେ ନିଜ ଶ୍ୱଶୁର ତଥା ଜେଏମଏମ୍‌ ସୁପ୍ରିମୋ ଶିବୁ ସୋରେନ ଓ ଶାଶୁଙ୍କ ଆର୍ଶୀବାଦ ନେଇଛନ୍ତି। ଏହାପରେ କଳ୍ପନା ହେମନ୍ତଙ୍କ ଏକ୍ସ ରେ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି, ଝାଡଖଣ୍ଡବାସୀ ତଥା ଜେଏମଏମ୍‌ ପରିବାର ଓ ଅସଂଖ୍ୟ କାର୍ଯ୍ୟକର୍ତ୍ତାଙ୍କ ଦୀର୍ଘ ଦିନର ଦାବି ପରେ ମୁଁ ରାଜନୈତିକ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ଯେଉଁ ପର୍ଯ୍ୟନ୍ତ ହେମନ୍ତ ସୋରେନ ପୁଣି ଥରେ ଫେରି ନ ଆସିଛନ୍ତି ସେପର୍ଯ୍ୟନ୍ତ ତାଙ୍କ ସ୍ୱର ହୋଇ ଲୋକଙ୍କ ନିକଟକୁ ଯିବି। ସେଠାରେ ଲୋକଙ୍କ ମଧ୍ୟରେ ତାଙ୍କ ବିଚାରଧାରାକୁ ରଖିବି। ସାଧାରଣ ଲୋକଙ୍କ ସେବା ଜାରି ରଖିବି ବୋଲି କହିଛନ୍ତି କଳ୍ପନା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button