ଅପରାଧ

ରକ୍ତମୁଖା ସ୍ୱାମୀ; ବିଚ୍ ରାସ୍ତାରେ ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲା – Ibnodisha

[ad_1]

ହାଇଦ୍ରାବଦ୍‌: ରକ୍ତମୁଖା ସ୍ୱାମୀ । ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ସ୍ତ୍ରୀକୁ ନିର୍ମମ ଭାବେ ହାଣିଲା ସ୍ୱାମୀ । ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହାଣି ହତ୍ୟାକଲା ସ୍ୱାମୀ । ଯେଉଁ ହାତରେ ସିନ୍ଦୂର ପିନ୍ଧାଇଥିଲା ସେଇ ହାତରେ ହାଣି ହତ୍ୟାକଲା ସ୍ୱାମୀ । ଏଭଳି ଏକ ବୀଭତ୍ସ ହତ୍ୟାକଣ୍ଡ ଘଟିଛି ଆନ୍ଧ୍ରପ୍ରଦେଶରେ । ଏଥିରୁ ବର୍ତ୍ତି ନଥିଲେ ମଧ୍ୟ ତାଙ୍କ ଶାଶୁ । ଆକ୍ରମଣର ଶିକାର ହୋଇଥିଲେ ଶାଶୁ । ଯାହାଫଳରେ ତାଙ୍କ ଶାଶୂଙ୍କ ଅବସ୍ଥା ଗୁରୁତର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ତାଙ୍କ ପତ୍ନୀ କୁମାରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି । ତାଙ୍କ ନାଁ ରଙ୍ଗସ୍ୱାମୀ ।

ଯେତେବେଳେ ରଙ୍ଗସ୍ୱାମୀ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରୁଥିଲେ, କେହି କେହି ଏହି ଘଟଣାର ମଧ୍ୟ ଭିଡିଓ କରୁଥିଲେ । ଭିଡିଓରେ ରଙ୍ଗସ୍ୱାମୀ ବ୍ୟସ୍ତ ବହୁଳ ରାସ୍ତାରେ ଅବସ୍ଥିତ ଏକ ଛୋଟ ଦୋକାନରେ ତାଙ୍କ ପତ୍ନୀଙ୍କୁ ଦାଆରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି ଏବଂ ତାଙ୍କ ପୋଷାକରେ ମଧ୍ୟ ରକ୍ତର ଛିଟା ଲାଗିଥିଲା । ଘଟଣା ସମୟରେ ଅଭିଯୁକ୍ତ ଏବଂ ପୀଡିତାଙ୍କ ବ୍ୟତୀତ ଅନ୍ୟ କେହି ଦେଖା ଦେଇନଥିଲେ । ଲୋକମାନେ ଚିତ୍କାର କରୁଥିଲେ ଓ ରଙ୍ଗସ୍ୱାମୀଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିଲେ, କିନ୍ତୁ ରଙ୍ଗସ୍ୱାମୀଙ୍କୁ ଅଟକାଇବାକୁ କେହି ସକ୍ଷମ ହୋଇନଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ରଙ୍ଗସ୍ୱାମୀଙ୍କୁ ଗିରଫ କରିଥିଲା ଓ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି । ଏହି ଘଟଣାରେ ରଙ୍ଗସ୍ୱାମୀଙ୍କ ଗୁରୁତର ଆହତ ଶାଶୁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚରା କରୁଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button