ରାଜ୍ୟ

ଉଜ୍ଜ୍ୱଳା ରିହାତି ବର୍ଷେ ବଢ଼ିଲା – Ibnodisha

[ad_1]

gas cyllinder

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୋଦୀ ସରକାର ଉଜ୍ଜ୍ୱଳା ଯୋଜନାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ଉଜ୍ଜଳା ଯୋଜନାରେ ଦିଆଯାଉଥିବା ୩୦୦ ଟଙ୍କାର ସବସିଡି ଆସନ୍ତା ୧ ବର୍ଷ ପାଇଁ ଜାରି ରହିବ । ଏବେ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଉଜ୍ଜ୍ୱଳା ଯୋଜନାରେ ମହିଳାମାନେ ସବସିଡିର ଲାଭ ପାଇବେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ୧୦ କୋଟି ପରିବାର ଉପକୃତ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ସୂଚନା ଦେଇଛନ୍ତି । ତେବେ ଏହା ଦ୍ୱାରା ସରକାରଙ୍କ ଉପରେ ଅତିରିକ୍ତ ୧୨ ହଜାର କୋଟିର ବୋଝ ପଡ଼ିବ ।

ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି ଯେ କ୍ୟାବିନେଟ୍ ୫ ବର୍ଷ ପାଇଁ ୧୦୩୭୧.୯୨ କୋଟି ଟଙ୍କା ବ୍ୟୟ ଅଟକଳ ସହିତ ‘ଇଣ୍ଡିଆ ଏଆଇ ମିଶନ’କୁ ଅନୁମୋଦନ କରିଛି । ଏଥିସହ ଝୋଟ ଦରକୁ ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ପୀୟୂଷ ଗୋୟଲ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଝୋଟର ଏମଏସପିରେ ୧୨୨ ପ୍ରତିଶତ ବୃଦ୍ଧି ଘଟିଛି, ଯାହା ଦ୍ୱାରା ୪୪ ଲକ୍ଷ ଜୁଟ ଚାଷୀ ସିଧାସଳଖ ଉପକୃତ ହେବେ । ବିଶେଷ କରି ବିହାର, ବଙ୍ଗଳା, ଆସାମ ଓ ଓଡ଼ିଶା ସମେତ ଭାରତର ପୂର୍ବାଞ୍ଚଳର କୃଷକମାନେ ଏହା ଦ୍ୱାରା ଉପକୃତ ହେବେ ।

The post ଉଜ୍ଜ୍ୱଳା ରିହାତି ବର୍ଷେ ବଢ଼ିଲା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button