+୨ ଛାତ୍ରୀଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ…. – Ibnodisha
[ad_1]
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳର ଜଣେ +୨ ବିଜ୍ଞାନର ପ୍ରଥମ ବର୍ଷ ଛାତ୍ରୀକୁ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ବନ୍ଧ ରଖିବା ସହ ପ୍ରତାରଣା କରିଥିବା ନେଇ ଛାତ୍ରୀ ଜଣକ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି । ଦୀର୍ଘ ୧୦ ଦିନ ଛାତ୍ରୀଙ୍କୁ ଅଜଣା ସ୍ଥାନରେ ଲୁଚାଇ ମିଥ୍ୟା ବିବାହ ପ୍ରଲୋଭନ, ଶାରୀରିକ ସମ୍ବନ୍ଧ ଓ ପ୍ରତାରଣା ଦେଇ ଛାଡ଼ି ଦେବା ପରେ ନ୍ୟାୟ ପାଇଁ ଛାତ୍ରୀ ଡାବୁଗାଁ ଥାନାରେ ଆଶ୍ରୟ ନେଇଛନ୍ତି । ସୂଚନା ଅନୁଯାୟୀ ଡାବୁଗାଁ ଥାନା ଅନ୍ତର୍ଗତ ଏକ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ପାଠ ପଢୁଥିବା ଜଣେ ଛାତ୍ରୀଙ୍କୁ କୋଡିଙ୍ଗା ଥାନା ଅନ୍ତର୍ଗତ ବାଙ୍କୁଲି ଗ୍ରାମର ଶିବ ହରିଜନ( ୨୪) ନାମକ ଯୁବକ ଛାତ୍ରୀକୁ ବିବାହ କରିବି କହି ବିଭିନ୍ନ ପ୍ରଲୋଭନ ଦେଖାଇଥିଲେ ।
ଏଥିରେ ନିରୀହ ଛାତ୍ରୀ ଜଣକ ଯୁବକର କଥାକୁ ବିଶ୍ୱାସ କରି ଗତ ୨୩ ଫେବ୍ରୁଆରି ଶୁକ୍ରବାର ଦିନ ସନ୍ଧ୍ୟା ୭ ଘଣ୍ଟ ସମୟରେ ଘରେ କାହାକୁ ନ କହି ଶିବ ହରିଜନ ସହ ପ୍ରଥମେ କୋଡିଙ୍ଗା ଥାନା ଅନ୍ତର୍ଗତ ନୁନପାଣି ଓ ପରେ କୋଡିଙ୍ଗା ରେ ଜଣେ ସାଙ୍ଗ ଘରେ ଲୁଚାଇ ରଖିଥିଲା । ଇତି ମଧ୍ୟରେ ମୁଁ ତୋତେ ସ୍ତ୍ରୀ ଭାବରେ ରଖିବି କହି ଶିବ ହରିଜନ ଛାତ୍ରୀଙ୍କୁ ଜୋର ଜବରଦସ୍ତ ଶାରୀରିକ ସମ୍ବନ୍ଧ ରଖିଥିଲେ । ତାମିଲନାଡୁ ରାଜ୍ୟରେ ତିରୁପୁରା ନେଇ ତୋତେ ରଖିବି ବୋଲି ଶିବ ଛାତ୍ରୀଙ୍କୁ ବିଶ୍ୱାସ ଜନ୍ମାଇଥିଲା ।
ତେବେ ଯୁବକ ଶିବ ହରିଜନ ବାରମ୍ବାର ଛାତ୍ରୀ ସହ ଶାରୀରିକ ସମ୍ବନ୍ଧ ରଖି ତିରୂପୁରାକୁ ପଠାଇବା ଚକ୍ରାନ୍ତ କରିବା ଜାଣିବା ପରେ ଶିବ ହରିଜନ ଅନ୍ୟ ଉପାୟ ନ ପାଇ ଛାତ୍ରୀକୁ ତା ସାଙ୍ଗ ଦ୍ୱାରା ଏକୋରୀ ଗ୍ରାମର ମଙ୍ଗଳବାର ଏକ ନିର୍ଜନ ସ୍ଥାନରେ ଛାଡି ଚାଲି ଯାଇଥିଲା । କୌଣସି ସୂତ୍ରରୁ ଛାତ୍ରୀର ବାପାମା ଖବର ଶୁଣିବା ପରେ ଝିଅକୁ ଉଦ୍ଧାର କରି ଘରକୁ ଆଣିଥିଲେ । ଝିଅ ଠାରୁ ସବୁକଥା ଶୁଣିବା ପରେ ବୁଧବାର ଗ୍ରାମବାସୀଙ୍କ ସମ୍ମୁଖରେ ଏକୋରି ଗ୍ରାମ ର ଶିବ ହରିଜନକୁ ସତ୍ୟତା ସମ୍ପର୍କରେ ପଚାରିବା ପରେ ଶିବ ଏହାକୁ ମିଥ୍ୟା କଥା ବୋଲି କହିବା ସହ ତାର ବନ୍ଧୁ ବର୍ଗମାନେ ଛାତ୍ରୀର ବାପା ଓ ମାକୁ ସର୍ବ ସମ୍ମୁଖରେ ଛାତ୍ରୀର ଗାଁରେ ବାଡେଇଥିଲେ । ଶେଷରେ ଛାତ୍ରୀଜଣକ ନ୍ୟାୟ ପାଇ ଗତକାଲି ବୁଧବାର ଡାବୁଗାଁ ଥାନାରେ ଅଭିଯୋଗ କରିଛନ୍ତି ।
[ad_2]