IBN ଓଡ଼ିଶା ବ୍ୟୁରୋ

ବୟସ ଅନୁସାରେ କରନ୍ତୁ ଏହି କାମ, ଯୌନ କ୍ଷମତା ବଢ଼ିବା ସହିତ ରହବେ ସୁସ୍ଥ!

ସମସ୍ତଙ୍କୁ ଷ୍ଟେମିନା ଦରକାର କିନ୍ତୁ ବହୁତ କମ୍ ଲୋକେ ଜାଣନ୍ତି ଯେ ଏହାକୁ ପାଇବେ କେମିତି ବା ଶରୀରେ ଷ୍ଟେମିନାକୁ ବଢ଼ାଇବେ କେମିତି?          କିଛି ଟିପ୍ସ ଆଣିଛୁ ଯାହା ମାଧ୍ୟମରେ ଆପଣ ଆପଣଙ୍କର ଷ୍ଟାମିନା ବୃଦ୍ଧି କରିପାରିବେ।  ବୟସ ଅନୁସାରେ ଆପଣ କଣ କରିବେ, ଯାହା ଆପଣଙ୍କୁ ସୁସ୍ଥ ରଖିବା ସହ ଯୌନ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିବ ଆସନ୍ତୁ ଜାଣିବା।

ପ୍ରଥମ କଥା ଆପଣ ମାନେ ନିଶ୍ଚିତ ଜାଣିଥିବେ ଯେ ନିଦ ସମସ୍ତଙ୍କ ପାଇଁ ନିହାତି ଜରୁରୀ । କାରଣ ଶୋଇଲେ ଥକାପଣ ଦୂର ହୁଏ ଓ ସତେଜ ଅନୁଭବ କରିଥାନ୍ତି, ତେବେ ଆସନ୍ତୁ ଜାଣିବା ବୟସ ଅନୁସାରେ କେତେ ସମୟ ଶୋଇବା ଆବଶ୍ୟକ ଓ କେତେ ସମୟ ଶୋଇବା ଦ୍ୱାରା ଯୌନ କ୍ଷମତା ବୃଦ୍ଧି ପାଇଥାଏ ।

ନିୟମିତ ଭାବରେ ଠିକ ସମୟରେ ଶୋଇବା ଦ୍ବାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ଶାରିରୀକ ଗତିବିଧି ଭଲ ଭାବରେ ପରିଚାଳନା ହୋଇଥାଏ ।

୧୪ ରୁ ୨୧ ବର୍ଷ ପିଲାମାନେ ଦିନରେ ୯ ଘଣ୍ଟା ଶୋଇବା ଦରକାର କାରଣ ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଏହି କିଶୋର ବୟସରେ ଶାରୀରିକ ଶକ୍ତି ବୃଦ୍ଧି ମଧ୍ୟ ପାଇଥାଏ, ଏବଂ ଏହା ସହ ଶରୀର ରୋଗମୁକ୍ତ ହେବା ସହ ଯୌନ କ୍ଷମତା ମଧ୍ୟ ବଢିଥାଏ । ଏହି ବୟସରେ ଉପଯୁକ୍ତ ବ୍ୟାୟାମ ମଧ୍ୟ ସେମାନଙ୍କୁ ଶାରୀରିକ ଭାବେ ଫିଟ ରଖେ । ଯାହା ତାଙ୍କୁ ଶାରୀରିକ ସମ୍ୱନ୍ଧ ସ୍ଥାପନ ବେଳେ ଅନେକ ମାତ୍ରାରେ ସମର୍ଥନ ଦେଇଥାଏ ।

୨୨ ରୁ ଉର୍ଦ୍ଧ ବ୍ୟକ୍ତିମାନଙ୍କୁ ପ୍ରତିଦିନ ୮ ଘଣ୍ଟା ଶୋଇବା ଦରକାର କାରଣ ଶାରୀରିକ କିମ୍ବା ମାନସିକ ପରିଶ୍ରମରୁ ମୁକ୍ତି ମିଳିବା ସହ ଶରୀରକୁ ଶକ୍ତି ମିଳିଥାଏ । ଆପଣଙ୍କ ଖାଦ୍ୟରେ ସନ୍ତୁଳିତ ଖାଦ୍ୟ ସହିତ ଗହମ କିମ୍ବା ବଜରା ରୋଟି, ଓଟସ୍ ଇତ୍ୟାଦି ସାମିଲ କରନ୍ତୁ । ଶରୀରକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଶକ୍ତି ଯୋଗାଇବା ପାଇଁ ଏହା କାର୍ଯ୍ୟ କରିଥାଏ । ଏହା ବ୍ୟତୀତ ଖାଦ୍ୟରେ ବାଦାମ, କାଜୁ, ଆଲମଣ୍ଡ ଇତ୍ୟାଦି ଡ୍ରାଏ ଫଳ ସାମିଲ କରନ୍ତୁ ଏବଂ ବାହାରେ ଉପଲବ୍ଧ ଫାଷ୍ଟଫୁଡରୁ ଦୂରେଇ ରୁହନ୍ତୁ ।

ଯୌନ କ୍ଷମତା ବୃଦ୍ଧି ଓ ଶାରୀରିକ ଶକ୍ତି ପାଇଁ ପାଣି ପିଇବା ଅତ୍ୟନ୍ତ ଜରୁରୀ । ଜଳ ଶରୀରକୁ ଶୀଘ୍ର କ୍ଳାନ୍ତ ହେବାକୁ ଦିଏ ନାହିଁ । କିନ୍ତୁ ସମ୍ବନ୍ଧ ରଖିବାର ଅଧା ଘଣ୍ଟା ପର୍ଯ୍ୟନ୍ତ ପାଣି ପିଅନ୍ତୁ ନାହିଁ । ପାଣି ପେଟକୁ ଭାରୀ କରିଥାଏ । ଯେଉଁଥିପାଇଁ ଜଣେ ଶୀଘ୍ର କ୍ଳାନ୍ତ ହୋଇଯାଏ । ଦିନକୁ ଅତି କମରେ ତିନି ଲିଟର ପାଣି ପିଅନ୍ତୁ । ଯଦି ଆପଣଙ୍କର କୌଣସି ପ୍ରକାରର ସମସ୍ୟା ଅଛି ତେବେ ଡାକ୍ତରଙ୍କ ପରାମର୍ଶ ପରେ ହିଁ ଏହା କରନ୍ତୁ ।

ସାଧାରଣତଃ ପୁଅମାନେ ୧୮ ରୁ ୨୭ ବର୍ଷ ଓ ଝିଅ ମାନଙ୍କ କ୍ଷେତ୍ରରେ ୨୫ ରୁ ୩୫ ବର୍ଷ ମଧ୍ୟରେ ନିୟମିତ ଭାବରେ ଠିକ ସମୟରେ ଶୋଇବା ଦ୍ବାରା ଶରୀର ରୋଗମୁକ୍ତ ହେବା ସହ ଯୌନ କ୍ଷମତା ମଧ୍ୟ ବଢିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button