IBN ଓଡ଼ିଶା ବ୍ୟୁରୋ

ଋତୁସ୍ରାବ ସମୟରେ ସେକ୍ସ କରିବା ଠିକ୍ ନା ଭୁଲ୍ ? ଜାଣନ୍ତୁ କ’ଣ କହୁଛି ବିଶେଷଜ୍ଞଙ୍କ ମତ.

ନିରାପଦ ଯୌନ ସମ୍ପର୍କ, ସେକ୍ସ ବା ଶାରୀରିକ ସମ୍ପର୍କ ଗଢିବା କେବଳ ଶରୀରକୁ ଆନନ୍ଦ ଦିଏ ନାହିଁ । ମନକୁ ମଧ୍ୟ ପ୍ରଫୁଲ୍ଲିତ ରଖେ। ତେବେ, ଶାରୀରିକ ସମ୍ପର୍କ ରଖିବା ବା ସେକ୍ସ କଲା ବେଳେ କିଛି ଦିଗ ପ୍ରତି ଆମକୁ ଧ୍ୟାନ ଦେବାକୁ ପଡିଥାଏ। ନଚେତ୍ ଆପଣଙ୍କ ଓ ଆପଣଙ୍କ ପାର୍ଟନରଙ୍କୁ ମଧ୍ୟ ସଂକ୍ରମଣର ଭୟ ଥାଏ । ଖାସ୍ କରି ମହିଳାଙ୍କ ପିରିୟଡସ୍ ବା ଋତୁସ୍ରାବ ସମୟରେ ଶାରୀରିକ ସମ୍ପର୍କ ଗଢିବା ଉଚିତ୍ କି ନାହିଁ।

ସେନେଇ ଅନେକଙ୍କ ମଧ୍ୟରେ ଆଜିବି  ଦ୍ବନ୍ଦ ରହିଛି । ଆପଣଙ୍କ ମନରେ ମଧ୍ୟ ଏଭଳି ପ୍ରଶ୍ନ ଅନେକ ସମୟରେ ଉଙ୍କି ମାରୁଥିବ ନିଶ୍ଚୟ । ତେବେ, ଆସନ୍ତୁ ଜାଣିବା ମହିଳାଙ୍କ ପିରିୟଡସ୍ ବା ଋତୁସ୍ରାବ ସମୟରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ନା ଅନୁଚିତ୍ । ତେବେ, ଏନେଇ କଣ କହୁଛନ୍ତି ହେଲଥ୍ ଏକ୍ସପର୍ଟ ଜାଣନ୍ତୁ…

ଯେପରି ଶାରୀରିକ ସମ୍ପର୍କ ସ୍ୱାଭାବିକ, ମହିଳାଙ୍କ ଋତୁସ୍ରାବ ମଧ୍ୟ ଏକ ପ୍ରାକୃତିକ ପ୍ରକ୍ରିୟା  । କିନ୍ତୁ ପିରିୟଡ୍ସ ସମୟରେ ଶାରୀରିକ ସମ୍ବନ୍ଧକୁ ନେଇ ଅନେକ ଭୁଲ ଧାରଣା ଅଛି । ଏହି ସମୟ ମଧ୍ୟରେ କିଛି ଲୋକ ଯୌନ ସମ୍ପର୍କରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତି ।

ପିରିୟଡସ୍ ବା ଋତୁସ୍ରାବ ସମୟରେ ଅଧିକାଂଶ ମହିଳା ସମ୍ପର୍କ ସ୍ଥାପନ କରିବାକୁ ସଙ୍କୋଚ କରିଥାଆନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ,ଯେ  ପିରିୟଡସ୍ ସମୟରେ ସେକ୍ସ କଲେ ମହିଳାଙ୍କୁ ଫାଇଦା ମିଳିଥାଏ। ଋତୁସ୍ରାବ ଜନିତ ଯନ୍ତ୍ରଣା କମ୍ ହୋଇଥାଏ।

ସେକ୍ସ କରିବା ପରେ ହର୍ମୋନ୍, ଏଣ୍ଡୋରଫିନ୍ ଏବଂ ଷ୍ଟ୍ରେସ୍ ବଷ୍ଟିଙ୍ଗ୍ ରାସାୟନିକ ପଦାର୍ଥ ଉତ୍ପନ୍ନ ହୁଏ । ଏହା ଋତୁସ୍ରାବ ସମୟରେ ଯନ୍ତ୍ରଣାରୁ ମୁକ୍ତି ଦେଇପାରେ । କିଛି ଲୋକ ଚିନ୍ତିତ ହୋଇପାରନ୍ତି ଯେ ଏହି ସମୟ ମଧ୍ୟରେ ଯୌନ ସମ୍ପର୍କ ସଂକ୍ରମଣ କିମ୍ବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ସମସ୍ୟା ସୃଷ୍ଟି କରିପାରେ । ଏହି କାରଣରୁ କେତେକ ଲୋକ ଋତୁସ୍ରାବ ସମୟରେ ଯୌନ ସମ୍ପର୍କରୁ ଦୂରେଇ ରୁହନ୍ତି । ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ବ୍ୟାୟାମର ଅଭାବ, ଧୂମପାନ ଏବଂ ମଦ୍ୟପାନ କରୁଥିବା ମହିଳାମାନଙ୍କର ଖାସ କରି ପିରିୟଡସ୍ ସମୟରେ ପେଟରେ ଯନ୍ତ୍ରଣା ଅନୁଭୂବ ହୋଇଥାଏ।

ପିରିୟର୍ଡସ୍ ସମୟରେ ଆପଣ ଯଦି ସେକ୍ସ କରୁଛନ୍ତି । ତାହା କେବଳ ନିଜ ସାଥୀଙ୍କ ସହିତ ତେବେ ସେକ୍ସ ପରେ , ଆପଣ ଯୌନାଙ୍ଗକୁ ସଫା ନ କଲେ ମଧ୍ୟ କୌଣସି ସମସ୍ୟା ନାହିଁ । ଯଦି ଆପଣ ଏକାଧିକଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଛନ୍ତି। ତେବେ ଆପଣଙ୍କୁ ସ୍ବଚ୍ଛତା ଉପରେ ଧ୍ୟାନ ଦେବାକୁ ପଡିବ। ଖାସ୍ କରି ସେକ୍ସ ପରେ ଯୌନାଙ୍ଗକୁ ସଫା କରିବା ଉଚିତ୍ ।

ସବୁଠାରୁ ବଡ କଥା ହେଉଛି ଯେ ସଂକ୍ରମଣର ଭୟକୁ ଦୂର କରିବା ପାଇଁ ଆପଣ ଋତୁସ୍ରାବ ସମୟରେ ସମ୍ପର୍କ ଗଢିବା ସମୟରେ କଣ୍ତୋମର ବ୍ୟବହାର କରନ୍ତୁ । ଏହା ଉଭୟଙ୍କ ପାଇଁ ବେଶ ଭଲ ହୋଇଥାଏ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । )

Related Articles

Leave a Reply

Your email address will not be published. Required fields are marked *

Back to top button