ଅପରାଧ

ଗୌରବ ସିଂଘଲଙ୍କୁ ବିବାହ ପୂର୍ବରି କାହିଁକି ହତ୍ୟା କରିଥିଲେ ବାପା ତାହାର କାରଣ କହିଲେ – Ibnodisha

[ad_1]

ନୂଆଦିଲ୍ଲୀ: ୨୯ ବର୍ଷୀୟ ଜିମ୍ ଟ୍ରେନର ଗୌରବ ସିଂଘଲଙ୍କୁ ତାଙ୍କ ବାପା ବିବାହର କିଛି ଘଣ୍ଟା ପୂର୍ବରୁ ଦିଲ୍ଲୀସ୍ଥିତ ବାସଭବନରେ ମୁହଁ ଓ ଛାତିରେ ୧୫ ଥର ଛୁରା ମାଡ଼ କରି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ କେନ୍ଦ୍ର କରି ହତ୍ୟାକାରୀ ବାପା ରଙ୍ଗଲାଲ ସିଂଘଲଙ୍କୁ ପୁଲିସ ଜୟପୁରରୁ ଗିରଫ କରିଥିଲା । ଗିରଫ ହେବା ପରେ ରଙ୍ଗଲାଲ ସିଂଘଲ କାହିଁକି ପୁତ୍ରକୁ ହତ୍ୟା କଲେ ବୋଲି ପୁଲିସ ପ୍ରଶ୍ନ କରିଥିଲା। ଏହି ପ୍ରଶ୍ନର ଉତ୍ତର ଦେଇ ହତ୍ୟାକାରୀ ବାପା ରଙ୍ଗଲାଲ ସିଂଘଲ କହିଛନ୍ତି, ‘ମୁଁ ମୋ ପୁଅକୁ ଅନେକ ଦିନରୁ ହତ୍ୟା କରିବାକୁ ଚାହୁଁଥିଲି। ଏଥିପାଇଁ ଅନେକଙ୍କୁ ସୁପ‌ାରି ବି ଦେଇଥିଲି। ପୁଅ ମୋତେ ମାଡ଼ ମାରିବା ସହିତ ଅତ୍ୟାଚାର କରୁଥିଲା। ସେ ମୋତେ ବାପା ବୋଲି ମାନେ ନାହିଁ। ଆଜି ନହେଲେ କାଲି ମୋ ହାତରେ ତ‌ାର ଜୀବନ ଯାଇଥାଆନ୍ତା ବୋଲି ମୁଁ ଜାଣିଥିଲି।ଏପଟେ ଗୌରବର ମା’ ବି ଏସବୁକୁ ସମର୍ଥନ କରୁଥିଲେ। ତେଣୁ ପୁଅକୁ ହତ୍ୟା କଲେ ସବୁଦିନ ପାଇଁ ସେ ଯେଉଁ ଦୁଃଖରେ ରହିବ ମୋତେ ତାହା ଆତ୍ମସନ୍ତୋଷ ଦେବ। କେବଳ ଏତିକି ନୁହେଁ ମୋ ପୁଅ କ’ଣ ମୁଁ ଜାଣିଛି। ତେଣୁ ସେ ଯେଉଁ ଝିଅକୁ ବିବାହ କରିଥାଆନ୍ତା ମୁଁ ଚାହୁଁ ନଥିଲି କି ସେ ଝିଅର ଜୀବନ ନଷ୍ଟ ହେଉ। ବିବାହ ପାଇଁ ମୁଁ ମନା କରିଥିଲେ ମୋ କଥା କେହି ଶୁଣି ନଥାଆନ୍ତେ। ତେଣୁ ଗୌରବକୁ ମାରି ସବୁ ରାସ୍ତା ସଫା କରି ଦେଇଛି। ପୁଅକୁ ହତ୍ୟା କରିବା ପରେ ମୋର କୌଣସି ପଶ୍ଚତାପ ନାହିଁ। ଯାହା ଦଣ୍ଡ ମିଳିବ ସ୍ବୀକାର କରିବି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button