ଅପରାଧ

ପାଗଳ କହିବାରୁ ମା’କୁ ଛୁରୀ ଭୁଶିଲା ଓ ଘରେ ନିଆଁ ଲଗାଇ ହତ୍ୟା କଲା ନୃସଂଶ ପୁଅ – Ibnodisha

[ad_1]

ଗୁରୁଗ୍ରାମ : ହରିୟାଣାର ଗୁରୁଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ପାଗଳ କହିବାରୁ ମା’କୁ ଛୁରୀ ଭୁଶିବା ପରେ ଘରେ ନିଆଁ ଲଗାଇ ହତ୍ୟା କଲା ପୁଅ। ମୃତକଙ୍କ ନାମ ରାନୁ ଶାହ ବୋଲି ଜଣାପଡ଼ିଥିବା ବେଳେ ଅଭିଯୁକ୍ତର ନାମ ଅତ୍ରିଶ ବୋଲି ଜଣାପଡ଼ିଛି। ଘଟଣା ଘଟିବା ସମୟରେ ଅତ୍ରିଶଙ୍କ ବାପା ଘରେ ନଥିଲେ ବୋଲି ସାମ୍ନାକୁ ଆସିଛି। ଘଟଣା ନେଇ ଅଭିଯୋଗ ହେବା ପରେ ପୁଲିସ ଅତ୍ରିଶଙ୍କୁ କଷ୍ଟଡିକୁ ନେଇ ପଚରାଉଚରା କରୁଛି। ମିଳିଥିବା ସୂଚନା ମୁତାବକ, ଗତ କିଛି ବର୍ଷ ହେଲାଣି ମାନସିକ ଅବସ୍ଥା ଭଲ ନଥିବାରୁ ଔଷଧ ଖାଉଥିଲେ ଅତ୍ରିଶ। ଅନେକ ସମୟରେ ମାନସିକ ଅବସ୍ଥା ଖରାପ ଥିବାରୁ ନିଜ ମାତାପିତାଙ୍କ ସହ ଅତ୍ରିଶ ଝଗଡ଼ା କରନ୍ତି। ଘଟଣା ଦିନ କୌଣସି କାରଣରୁ ଅତ୍ରିଶ ନିଜ ମା’ଙ୍କ ସହ ଝଗଡ଼ା କରୁଥିବା ବେଳେ ରାଗରେ ରାନୁ ତାଙ୍କୁ ପାଗଳ ବୋଲି କହିଦେଇଥିଲେ। ଏଥିରେ ରାଗିଯାଇ ଅତ୍ରିଶ ତାଙ୍କୁ ଛୁରୀ ଭୁଶିଦେବା ସହ ରହୁଥିବା ବିଳାସପୂର୍ଣ୍ଣ ଘରେ ନିଆଁ ଲଗାଇ ଦେଇଥିଲେ। ଘର ହୁତୁହୁତୁ ହୋଇ ଜଳୁଥିବା ଦେଖି ପଡୋଶୀ, ପୁଲିସ ଓ ଅଗ୍ନିଶମ ବାହିନୀକୁ ସୂଚନ‌ା ଦେବାରୁ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବାହିନୀ। ଏହା ପରେ ପୁଲିସ ରାନୁଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଡାକ୍ତରଖାନାକୁ ନେଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏବେ ପୁଲିସ ଅତ୍ରିଶକୁ ହେପାଜତକୁ ନେଇ ଡାକ୍ତରୀ ପରୀକ୍ଷା ପାଇଁ ପଠାଇଛି। ମାନସିକ ଅବସ୍ଥା ବିଷୟରେ ଭଲ ଭାବରେ ପରୀକ୍ଷା କରାଯିବା ପରେ ପୁଲିସ ଆଗାମୀ ପଦକ୍ଷେପ ନେବ ବୋଲି ଜଣାପଡ଼ିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button