ରାଜନୀତି

କଂଗ୍ରେସରେ ଯୋଗଦେଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା ଓ ବରିଷ୍ଠ ସାମ୍ବାଦିକ ଜଗଦାନନ୍ଦ ପ୍ରଧାନ – Ibnodisha

[ad_1]

ଭୁବନେଶ୍ୱର : ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ବିଜେଡ଼ି ଓ ବିଜେପିର ମେଂଟ ଚର୍ଚ୍ଚା ରାଜ୍ୟ ରାଜନୀତିକୁ ସରଗରମ କରୁଥିବାବେଳେ ଓଡ଼ିଶାରେ କଂଗ୍ରେସର ହାତମୁଠା ଟାଣ ହେବାକୁ ଲାଗିଛି । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର ଏବଂ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗଦେଇଛନ୍ତି ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା । ଶ୍ରୀ ଜେନା କଂଗ୍ରେସର ନୀତି ଆଦର୍ଶରେ ଅନୁପ୍ରାଣିତ ହେବାସହ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ପ୍ରଭାବିତ ହୋଇ ଦେଶର ସାମ୍ପ୍ରଦାୟୀକ ଶକ୍ତି ବିରୋଧରେ ଲଢ଼େଇକୁ ଶାଣିତ କରିବାପାଇଁ କଂଗ୍ରେସ ଦଳରେ ଯୋଗଦେଇ ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ଓଡ଼ିଶା ଓ ଜାତୀୟ ଗଣମାଧ୍ୟମରେ ଦୀର୍ଘ ୩୦ ବର୍ଷ ଧରି କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଜଗଦାନନ୍ଦ ପ୍ରଧାନ ଆଜି କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗଦେଲେ । ଶ୍ରୀ ପ୍ରଧାନ ନକ୍ଷତ୍ର ନ୍ୟୁଜରେ ଡେପୁଟି ଏଡିଟର, ଇଟିଭି ଓଡ଼ିଆ, ପିଟିଆଇ, ଟାଇମ୍ସ ଅଫ ଇଣ୍ଡିଆ ଆଦି ବିଭିନ୍ନ ଗଣମାଧ୍ୟମରେ ବିଭିନ୍ନ ଗୁରୁଦାୟୀତ୍ୱ ପ୍ରତିପାଦିତ କରି ମିଡିଆ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଅନୁଗୁଳ ଜିଲ୍ଲାର ଲୋକମାନଙ୍କ ସମସ୍ୟାକୁ ସାମନାକୁ ଆଣିବା ସହ ନିଜକୁ ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ ଶ୍ରୀ ପ୍ରଧାନ । ଶ୍ରୀ ସୁଦର୍ଶନ ଜେନାଙ୍କ ସମର୍ଥକ ରେମୁଣା ବ୍ଲକ ବିଜେଡ଼ି କମିଟି ସଦସ୍ୟ କମଳଲୋଚନ ଆଚାର୍ଯ୍ୟ, ସେକ ରାଜୁ, ଅର୍ନ୍ତଜ୍ୟାମି ପାଲ, ବିରେନ୍ଦ୍ର ପଣ୍ଡା, ପୂର୍ବତନ ୱାର୍ଡସଭ୍ୟ ସେକ କଲିମ, ସେକ ମୁସଲିମ, ମଲ୍ଲିକ ଜଲ୍ଲାର, ରଫିକ ଖାନ, ଆଶିଷ ଦିପାଙ୍କର ମିଶ୍ର, ପ୍ରଶାନ୍ତ କର, ଅଜିତ କୁମାର ଦାସ, ସେକ ମୁନା, ପ୍ରମୋଦ ତ୍ରିପାଠୀ, ସେକ ମନାନ, ମୁସଲିମ ଖାନ, ଶେଖ ଆଲ୍ଲା ଉଦ୍ଦିନ, ହରିଣମୟ ମିଶ୍ର, ଅସିତ ବାରିକ, ମହେନ୍ଦ୍ର ମହାନ୍ତିଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ କଂଗ୍ରେସରେ ଯୋଗଦେଇଥିଲେ । ଏହି ମିଶ୍ରଣପର୍ବ କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ପିସିସି ଇସ୍ତାହାର କମିଟିର ମୁଖ୍ୟ ପଂଚାନନ କାନୁନଗୋ, ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସଂଜୀବ ଗିରି, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button