ରାଜନୀତି

ଦେଶରେ ସିଏଏ ଲାଗୁ କରିବା ସ୍ୱୀକାର୍ଯ୍ୟ ନୁହେଁ : ଥଲପତି ବିଜୟ – Ibnodisha

[ad_1]

ମୁମ୍ବାଇ : ଗତକାଲି କେନ୍ଦ୍ର ସରକାର ଏହାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସିଏଏରେ ବ୍ୟବସ୍ଥିତ ହୋଇଥିବା ଆଇନ ସାର୍ବଜନୀନ କରାଯାଇଛି। ନିକଟରେ ଅଭିନୟରୁ ରାଜନୀତିରେ ଏଣ୍ଟ୍ରି କରିଥିବା ଥଲପତି ବିଜୟ ଏହି ନାଗରିକତା ସଂଶୋଧନ ବିଲ୍‌କୁ ବେକାର୍‌ ତଥା ଫାଲତୁ ବୋଲି କହିଛନ୍ତି। ଏଥିସହ ତାମିଲନାଡୁରେ ଏହି ସିଏଏକୁ ଲାଗୁ ନକରିବା ପାଇଁ ସେ ରାଜ୍ୟ ସରକାରଙ୍କୁ ଅପିଲ କରିଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି, ‘ଦେଶରେ ସିଏଏ ଲାଗୁ କରିବା ସ୍ୱୀକାର୍ଯ୍ୟ ନୁହେଁ। ନାଗରିକତ୍ୱ ସଂଶୋଧନ ଅଧିନିୟମ ୨୦୧୯ ଏବଂ ଦେଶରେ ଏପରି କୌଣସି ଆଇନ କାର୍ଯ୍ୟକାରୀ ହୋଇପାରିବ ନାହିଁ, କାରଣ ଦେଶରେ ପୂର୍ବରୁ ଭାଇଚାରା ଅଛି। ତେବେ ଏପରି ଅଦରକାରୀ ଆଇନର ଆବଶ୍ୟକତା କ’ଣ?’ କୌଣସି ମୂଲ୍ୟରେ ଏହାକୁ କାର୍ଯ୍ୟକାରୀ ନ କରିବାକୁ ଅଭିନେତା ତାଙ୍କ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ବିଜୟଙ୍କ ବ୍ୟତୀତ ଅନ୍ୟ ବିରୋଧୀଦଳ ନେତାମାନେ ମଧ୍ୟ ନାଗରିକତ୍ୱ (ସଂଶୋଧନ) ଆଇନର ନିୟମକୁ ନେଇ କେନ୍ଦ୍ରକୁ ସମାଲୋଚନା କରିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ସମାଜକୁ ଭାଗ କରିବାକୁ ଚେଷ୍ଟା ଏବଂ ପରିସ୍ଥିତି ବିଗାଡିବାକୁ ଚେଷ୍ଟା କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button