ଦେଶ

ସିଏଏ ଲାଗୁ ପରେ ଗିରଫ ହେଲେ ୮ ବାଂଲାଦେଶୀ – Ibnodisha

[ad_1]

ନୂଆଦିଲ୍ଲୀ : ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାର ନାଗରିକତ୍ୱ ସଂଶୋଧନ ଅଧିନିୟମର ବିଜ୍ଞପ୍ତି ଜାରି କରିବା ସହିତ ଏବେ ସମଗ୍ର ଦେଶରେ ଲାଗୁ ହୋଇଛି ସିଏଏ । ତେବେ ମହାରାଷ୍ଟ୍ରର ନବୀ ମୁମ୍ବାଇରେ ଅବୈଧ ଭାବେ ରହୁଥିବା ୮ ଜଣ ବାଂଲାଦେଶୀଙ୍କୁ ଗିରଫ କରିଛି ପୋଲିସ। ଏମାନେ ଭାରତରେ ଅବୈଧ ଭାବେ ୪ ବର୍ଷ ହେବ ରହୁଥିଲେ। ସୂଚନା ପାଇ ପୋଲିସ ସେହି ସ୍ଥାନରେ ଚଢାଉ କରି ଏମାନଙ୍କୁ ଗିରଫ କରିଛିI ଗିରଫ ବ୍ୟକ୍ତି ମାନଙ୍କ ମଧ୍ୟରେ ୩ ଜଣ ପୁରୁଷ ଏବଂ ୫ ଜଣ ମହିଳା ରହିଥିବା ବେଳେ ସେମାନଙ୍କ ବୟସ ୨୦ରୁ ୪୦ ବର୍ଷ ମଧ୍ୟରେ ଜଣାପଡିଛି। ପୋଲିସ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ, ବାଂଲାଦେଶୀ ନାଗରିକ ଗତ ୪ ବର୍ଷ ହେଲାଣି ଅବୈଧ ଭାବେ ମୁମ୍ବାଇରେ ରହୁଥିଲେ। ସେମାନଙ୍କ ନିକଟରେ କୌଣସି ସଠିକ୍ ଦସ୍ତାବିଜ ନଥିବାରୁ ପୋଲିସ ସେହି ୮ ଜଣଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ପାସପୋର୍ଟ ଅନିୟମ ଏବଂ ବିଦେଶୀ ଅନିୟମ ପାଇଁ ମାମଲା ଦାୟର କରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button