ଅପରାଧ

ପୂର୍ବ ଶତ୍ରୁତାରୁ ଜଘନ୍ୟକାଣ୍ଡ, ମହିଳାଙ୍କୁ ପଥର ଛେଚି ନିର୍ମମ ହତ୍ୟା ! – Ibnodisha

[ad_1]

କଟକ: ଦୀର୍ଘ ଦିନ ପରେ ପୁଣି ଅଶାନ୍ତ ହୋଇପଡିଛି କଟକ । ଗତକାଲି ଜଣେ ମହିଳାଙ୍କୁ ଅତି ନିର୍ମମ ଭାବରେ ହତ୍ୟା ଘଟଣା ସାମ୍ନାକୁ ଆସିଛି । ମୃତ ମହିଳାଙ୍କ ଘର ପଛୁ ପଟୁ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ବାରଙ୍ଗ ଥାନା ଅଞ୍ଚଳରେ । ତେବେ ମୃତକ ଜଣଙ୍କ ନାଁ ଉର୍ମିଳା ବିଶ୍ୱାଳ ବୋଲି ଜଣା ପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ସୂଚନା ଅନୁଯାୟୀ କଟକ ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହି ଗାଁରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ନିଜ ସ୍ୱାମୀଙ୍କୁ ହରାଇ ଥିବା ଉର୍ମିଳା ବିଶ୍ୱାଳ ଗତକାଲି ଘର ପଛପଟେ ଥିବା ବାଡ଼ିକୁ ଯାଇଥିବା ବେଳେ ତାଙ୍କୁ କେହି ଅତର୍କିତ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ପରିବାର ଲୋକେ ମୃତଦେହ ପଡ଼ିଥିବା ଦେଖି ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଖବର ପାଇଁ ପୋଲିସ ଏବଂ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟା କାରଣ ଅସ୍ପଷ୍ଟ ରହିଛି ।

ସେହିଭଳି ମୃତଦେହ ନିକଟରୁ ହତ୍ୟାରେ ବ୍ୟବହୃତ ହୋଇଥିବା କାଠ ଫାଳିଆ ଓ ପଥର ମିଳିବାରୁ ଉର୍ମିଳାଙ୍କୁ କେହି ପଥର ଓ କାଠ ଫାଳିଆରେ ପିଟିପିଟି ହତ୍ୟା କରିଥିବା ଅନୁମାନ କରାଯାଉଛି । ତେବେ କିଏ ଏବଂ କାହିଁକି ଏହି ମହିଳାଙ୍କୁ ହତ୍ୟା କଲା । ତାହା ଏବେ ସନ୍ଦେହ ସୃଷ୍ଟି କରିଛି । ପୂର୍ବ ଶତ୍ରୁତା ନାଁ ଆଉ କିଛି ! ଏଭଳି ଚର୍ଚ୍ଚା ଲାଗି ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି । କୁହା ଯାଉଛି କି ପୂର୍ବ ଶତ୍ରୁତା ହିଁ ହତ୍ୟାକାଣ୍ଡର ପ୍ରମୁଖ କାରଣ । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ପୋଲିସ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ କରୁଛି । ମହିଳାଙ୍କ କାହା ସହିତ ପୂର୍ବ ଶତ୍ରୁତା ରହିଥିଲା । ତାହାର ତଥ୍ୟ ସଂଗ୍ରହ କରୁଛି ପୋଲିସ । କେଉଁ ପ୍ରକାର ଶତ୍ରୁତା ରହିଥିଲା ଏପରି କ’ଣ ଘଟିଲା ଯେ, ମହିଳାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ? ତେବେ ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଅତିରିକ୍ତ ଏସ୍ପି କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button