ରାଜନୀତି

ଆସନ୍ତାକାଲି ବିଜେଡିର ଜରୁରୀ ବୈଠକ – Ibnodisha

[ad_1]

ଭୁବନେଶ୍ୱର : ଆସନ୍ତାକାଲି ବିଜେଡିର ବଡ଼ ବୈଠକ ହେବାକୁ ଯାଉଛି। ବରିଷ୍ଠ ନେତାଙ୍କୁ ଏହି ବୈଠକରେ ସାମିଲ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜିତ ହେବ। ତେବେ ଦିନ ଗଡ଼ୁଛି। କିନ୍ତୁ ବିଜେଡି-ବିଜେପି ମେଣ୍ଟର ଚିତ୍ର ସ୍ପଷ୍ଟ ହେଉନି। ମେଣ୍ଟ ସମ୍ପର୍କରେ ଏବେ ବି ସମସ୍ତେ ଅନ୍ଧାରରେ। ବିଜେପିର କେନ୍ଦ୍ରୀୟ ନେତୃତ୍ବ ନିକଟରେ ନିଷ୍ପତ୍ତି ଅଟକିଯାଇଛି। କେବେ ଚୂଡ଼ାନ୍ତ ଘୋଷଣା ହେବ, ତାହାର ଉତ୍ତର କାହା ପାଖରେ ନାହିଁ। ଉଭୟ ବିଜେଡି ଓ ବିଜେପି ନେତାମାନେ ଏବେ ଏହି ପ୍ରସଙ୍ଗରେ ଅସ୍ବାଭାବିକ ନିରବତା ଅବଲମ୍ବନ କରି ତଳ ସ୍ତରରେ ଦ୍ବନ୍ଦ୍ବ ବଢ଼ାଇ ଦେଉଛନ୍ତି। ମେଣ୍ଟ ଚିତ୍ର ସ୍ପଷ୍ଟ ହେଉ ନଥିବାରୁ ସାରା ରାଜ୍ୟରେ ରାଜନୀତି ବିଚିତ୍ର ସ୍ଥିତି ଦେଇ ଗତି କରୁଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button