ଦେଶ

ସୋସିଆଲ ମିଡିଆରୁ ବନ୍ଧୁତା ପରେ ନାବାଳିକା ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ…. – Ibnodisha

[ad_1]

ନୂଆଦିଲ୍ଲୀ: ପୁଣି ରାଜଧାନୀରେ ଅସୁରକ୍ଷିତ ମହିଳା । ସୋସିଆଲ ମିଡିଆରୁ ବନ୍ଧୁତା ପରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଦାବ୍ରୀ ମେଟ୍ରୋ ଷ୍ଟେସନ ନିକଟରୁ ଅଚେତ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦିଲ୍ଲୀ ସାଗରପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୀଡିତା ଓ ତାଙ୍କ ସମ୍ପର୍କୀୟଙ୍କ ବୟାନ ଓ ପ୍ରାଥମିକ ତଦନ୍ତରେ ମିଳିଥିବା ସୂଚନା ଅନୁସାରେ, ନାବାଳିକା ସହ ସୋସିଆଲ ମିଡିଆରେ ବନ୍ଧୁତା କରିଥିବା ଜଣେ ନାବାଳକ ଏହି କାଣ୍ଡ ଭିଆଇଥିବା କଥା ସାମ୍ନାକୁ ଆସିଛି । ଘଟଣାର ତଦନ୍ତ କରୁଥିବା ଜଣେ ପୋଲିସ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ନାବାଳିକାଙ୍କ ବୟାନ ରେକର୍ଡ ହୋଇଛି । ଅଭିଯୋଗ ଅନୁସାରେ, ନାବାଳିକା କିଛି ଦିନ ପୂର୍ବରୁ ଜଣେ ନାବାଳକ ସହ ସୋସିଆଲ ମିଡିଆରେ ବନ୍ଧୁତା ହୋଇଥିଲା ।

କିଛି ଦିନ ଉଭୟ ସୋସିଆଲ ମିଡିଆ ଜରିଆରେ କଥାବାର୍ତ୍ତା ହେବା ପରେ ଦେଖା ହେବା ପାଇଁ ଚାହିଁଲେ । ନାବାଳିକା ଜଣକ କୌଣସି ଏକ ସ୍ଥାନରେ ନାବଳକକୁ ଭେଟିବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲା । ନାବାଳକଟି ଫେରାର ହୋଇଯାଇଥିଲା । ନାବାଳିକାଜଣକ ଏକ ଅଟୋରେ ଘରକୁ ଫେରୁଥିବା ଚେତା ହରାଇ ଦେବ୍ରୀ ମେଟ୍ରୋ ଷ୍ଟେସନ ନିକଟରେ ପଡିଯାଇଥିଲେ । କୌଣସି ସୂତ୍ରରୁ ସୂଚନା ପାଇ ପୋଲିସ ଘଟଣାସ୍ଥଳରୁ ନାବାଳିକାକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ପରିଚୟ ସଂଗ୍ରହ କରି ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରିବା ପରେ ଦୁଷ୍କର୍ମ ସମ୍ପର୍କରେ ଜଣାପଡିଥିଲା । ନାବାଳିକା ଏବେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛି । ରେକର୍ଡ ହୋଇଥିବା ବୟାନ ଆଧାରରେ ସମ୍ପୃକ୍ତ ନାବାଳକକୁ ମଧ୍ୟ ପୋଲିସ ଚିହ୍ନଟ କରି ଅଟକ ରଖିଛି । ତାର ଡାକ୍ତରୀମାଇନା ପରେ ତାକୁ ସୁଧାରଗୃହକୁ ପଠାଯିବ । ତେବେ ସୋସିଆଲ ମିଡିଆରେ ସଠିକ ସୂଚନା ଓ ପରିଚୟ ବିନା ବନ୍ଧୁତା କରିବା ବର୍ତ୍ତମାନର ଯୁବପିଢି ଓ କୋମଳମତି ବୟସର ପିଲାଙ୍କ ପାଇଁ ବିଭିନ୍ନ ସମୟରେ ମହଙ୍ଗା ସାବ୍ୟସ୍ତ ହେଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button