ଅପରାଧ

ମୋବାଇଲ୍ ପାଇଁ ଗଡ଼ିଲା ମୁଣ୍ଡ – Ibnodisha

[ad_1]

ସମ୍ବଲପୁର : ମୋବାଇଲ୍ ପାଇଁ ହତ୍ୟା । ଜଣେ କବାଡ଼ିବାଲାଙ୍କ ମୋବାଇଲ୍ ଲୁଟ୍ ପାଇଁ ବିଭତ୍ସ ହତ୍ୟା । ଏଭଳି କିଛି ଘଟଣା ଘଟିଛି ସମ୍ବଲପୁର ରେଙ୍ଗାଲି ଅଞ୍ଚଳରେ । ଗତ ୭ ତାରିଖ ଦିନ ମହମ୍ମଦ ଫିରୋଜଙ୍କୁ କିଛି ଯୁବକ କବାଡ଼ି ସାମଗ୍ରୀ ଥିବା ନେଇ ଫୋନରେ ଜଣାଇଥିଲେ । ତାଙ୍କୁ କତରବଗା ଥାନା ଅଞ୍ଚଳର ଏକ ଜଙ୍ଗଲ ପାଖକୁ ଡାକିଥିଲେ ।

ପୂର୍ବ ଯୋଜନା ମୁତାବକ ଦୁଇ ଅଭିଯୁକ୍ତ ଫିରୋଜଙ୍କୁ ବାଡ଼ିରେ ପ୍ରବଳ ପିଟିଥିଲେ । ସେଠୁ ଦୌଡ଼ି ଯିବାକୁ ଚେଷ୍ଟା କରିବା ବେଳେ ଏକ ଗାତରେ ଖସି ପଡ଼ିଥିଲେ ଫିରୋଜ । ଅଭିଯୁକ୍ତମାନେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିବା ପରେ ପାଖରେ ପୋତି ଦେଇଥିଲେ । ଏହା ପରେ ଘଟଣାସ୍ଥଳରୁ ଫିରୋଜ୍‌?ଙ୍କ ମୋବାଇଲ୍ ନେଇ ଚମ୍ପଟ ମାରିଥିଲେ ଅଭିଯୁକ୍ତମାନେ । ପୋଲିସ୍ ଫିରୋଜଙ୍କ କଲ୍ ଡିଟେଲ ରେକର୍ଡ-ଉଊଜ ଯାଞ୍ଚ ପରେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ପରେ ପୁରା ମାମଲା ସାମ୍ନାକୁ ଆସିଛି । ପୋଲିସ୍ ମୃତଦେହକୁ ଉଦ୍ଧାର କରିବା ସହ ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ ଜାରି ରଖିଛି ।

The post ମୋବାଇଲ୍ ପାଇଁ ଗଡ଼ିଲା ମୁଣ୍ଡ appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button