ଖେଳ

ପ୍ରଥମ ଶ୍ରେଣୀ କ୍ରିକେଟ୍‌ରୁ ମାଥ୍ୟୁ ୱେଡ୍‌ଙ୍କ ଅବସର ଘୋଷଣା – Ibnodisha

[ad_1]

ମେଲ୍‌ବର୍ଣ୍ଣ :  ଅଷ୍ଟ୍ରେଲିଆ ୱିକେଟ୍‌କିପର୍ ବ୍ୟାଟର୍ ମାଥ୍ୟୁ ୱେଡ୍ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି । ତାସ୍‌ମାନିଆ ଓ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ମଧ୍ୟରେ ମାର୍ଚ୍ଚ ୨୧ରୁ ଆରମ୍ଭ ହେବାକୁ ଥିବା ଶେଫିଲ୍ଡ ଶିଲ୍ଡ ଫାଇନାଲ୍ ତାଙ୍କର ଶେଷ ମ୍ୟାଚ୍ ହେବ । ତେବେ ସୀମିତ ଓଭର୍ ଫର୍ମାଟ୍‌ରେ ଚୟନ ପାଇଁ ଉପଲବ୍ଧ ରହିବେ ବୋଲି ୱେଡ୍ କହିଛନ୍ତି । ଶେଫିଲ୍ଡ ଶିଲ୍ଡ ଫାଇନାଲ୍ ପାଇଁ ଏହି ବାମହାତୀ ବ୍ୟାଟର୍ ଆଇପିଏଲ୍ ୨୦୨୪ରେ ଗୁଜରାଟ ଟାଇଟାନ୍ସର ପ୍ରାରମ୍ଭିକ ମ୍ୟାଚ୍ ଖେଳିପାରିବେ ନାହିଁ । ତେବେ ଟୁର୍ଣ୍ଣାମେଣ୍ଟ୍‌ର ବାକି ମ୍ୟାଚ୍‌ଗୁଡ଼ିକ ପାଇଁ ସେ ଭାରତରେ ରହିବେ । ୱେଡ୍ କହିଛନ୍ତି, ଖେଳରୁ ମିଳିଥିବା ଆହ୍ୱାନର ଆନନ୍ଦ ନେଇଛି । ଯଦିଓ ମୁଁ ହ୍ୱାଇଟ୍ ବଲ୍ କ୍ରିକେଟ୍ ଜାରି ରଖିବି, ତେବେ ଦେଶ ପାଇଁ ଖେଳୁଥିବା ବେଳେ ବ୍ୟାଗୀ ଗ୍ରୀନ୍ ପିନ୍ଧିବା ମୋ ପାଇଁ ମୁଖ୍ୟ ଆକର୍ଷଣ ହେବ ।

ୱେଡ୍ ଅଷ୍ଟ୍ରେଲିଆ ପାଇଁ ୩୬ ଟେଷ୍ଟ୍ ମ୍ୟାଚ୍ ଖେଳି ୨୯.୮୭ ହାରାହାରିରେ ଚାରି ଶତକ ସହ ମୋଟ ୧୬୧୩ ରନ୍ କରିଛନ୍ତି । ସେ କ୍ୟାରିୟର୍‌ର ଶେଷ ଟେଷ୍ଟ୍ ମ୍ୟାଚ୍ ୨୦୨୧ରେ ବ୍ରିସ୍‌ବେନ୍‌ରେ ଭାରତ ବିପକ୍ଷରେ ଖେଳିଥିଲେ । ଏହାପରେ ଟିମ୍‌ରେ ତାଙ୍କ ସ୍ଥାନ ଆଲେକ୍ସ କେରୀ ନେଇଛନ୍ତି । ଅନ୍ୟପକ୍ଷରେ ଟି-୨୦ ଫର୍ମାଟ୍‌ରେ ସେ ନିଜକୁ ଜଣେ ଫିନିସର୍ ଭାବେ ବିକଶିତ କରିପାରିଛନ୍ତି । ୨୦୨୨ ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆର ବିଜୟୀ ଦୌଡ଼ରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଦୁବାଇରେ ପାକିସ୍ତାନ ବିପକ୍ଷ ସେମିଫାଇନାଲ୍‌ରେ ମାତ୍ର ୧୭ ବଲ୍‌ରୁ ୪୧ ରନ୍‌ର ଅପରାଜିତ ଇନିଂସ୍ ତାଙ୍କର ସବୁଠୁ ସ୍ମରଣୀୟ ଇନିଂସ୍ ମଧ୍ୟରୁ ଅନ୍ୟତମ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button