ରାଜ୍ୟ

କେବେ ଜାଣନ୍ତୁ ୪ ରାଜ୍ୟରେ ବିଧାନସଭା ନିର୍ବାଚନ… – Ibnodisha

[ad_1]

ନୂଆଦିଲ୍ଲୀ: ସରିଲା ପ୍ରତୀକ୍ଷା । ବାଜିଲା ୨୦୨୪ ନିର୍ବାଚନ ବିଗୁଲ । ନେତା ଓ ଭୋଟର ଯେଉଁ ତାରିଖକୁ ଦୀର୍ଘଦିନ ହେଲା ଅପେକ୍ଷା କରି ବସିଥିଲେ ତାହା ଏବେ ସାମନାକୁ ଆସିଛି । ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ) । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ଓ ଜୁନ ୧ରେ ୭ମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ଜୁନ ୪ରେ ଭୋଟ ଗଣତି ହେବ । ୨୦୨୪ ଲୋକସଭା ନିର୍ବାଚନ ସହ ଆନ୍ଧ୍ର ପ୍ରଦେଶ,ଅରୁଣାଚଳ ପ୍ରଦେଶ, ସିକିମ୍ ଏବଂ ଓଡ଼ିଶାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

ଆନ୍ଧ୍ରପ୍ରଦେଶରେ ୧୭୫ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ୧୩ ମେ’ରେ ମତଦାନ କରାଯିବ। ଏନେଇ ୧୮ ଏପ୍ରିଲ୍ ରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନର ଅନ୍ତିମ ତାରିଖ ୨୫ ଏପ୍ରିଲ୍ ଥିବାବେଳେ ନାମାଙ୍କନ ପ୍ରତ୍ୟାହାରର ଅନ୍ତିମ ତାରିଖ ୨୯ ଏପ୍ରିଲ୍ ରହିଛି। ରାଜ୍ୟରେ ବିଧାନସଭା ତଥା ଲୋକସଭା ପାଇଁ ଭୋଟ ଗଣତି ଜୁନ୍ ୪ରେ ହେବ।

ଅରୁଣାଚଳ ପ୍ରଦେଶରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ୨୭ ମାର୍ଚ୍ଚ ୨୦୨୪ ରହିଛି। ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଅନ୍ତିମ ତାରିଖ ୩୦ ମାର୍ଚ୍ଚ ୨୦୨୪ ରହିଛି। ରାଜ୍ୟରେ ୧୯ ଏପ୍ରିଲରେ ମତଦାନ କରାଯିବ। ରାଜ୍ୟର ୬୦ ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ମତଦାନ କରାଯିବ। ଜୁନ୍ ୪ରେ ଭୋଟ ଗଣତି କରାଯିବ।

ସିକିମ୍ ରେ ୩୨ଟି ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଏପ୍ରିଲ୍ ୧୯ରେ ହେବ। ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ମାର୍ଚ୍ଚ ୨୦ରେ ପ୍ରକାଶ ପାଇବ। ଦାଖଲର ଶେଷ ତାରିଖ ୨୭ ମାର୍ଚ୍ଚ ୨୦୨୪ ରହିଛି। ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଅନ୍ତିମ ତାରିଖ ୩୦ ମାର୍ଚ୍ଚ ୨୦୨୪ ରହିଛି। ଫଳାଫଳ ଜୁନ୍ ୪ରେ ପ୍ରକାଶ ପାଇବ।

ଓଡ଼ିଶାରେ ୧୪୭ ବିଧାନସଭା ଆସନ ପାଇଁ ୪ଟି ପର୍ଯ୍ୟାୟରେ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟରେ ୨୮ ବିଧାନସଭା ଆସନ ପାଇଁ ଭ‌ୋଟ ଗ୍ରହଣ କରାଯିବ। ଏଥିପାଇଁ ୧୮ ଏପ୍ରିଲରେ ବିଜ୍ଞପ୍ତି ପ୍ରକାଶ ପାଇବ। ଦ୍ବିତୀୟ ପର୍ଯ୍ୟାୟରେ ୩୫ ବିଧାନସଭା ଆସନରେ ମତଦାନ କରାଯିବ। ରାଜ୍ୟରେ ମେ ୧୩ ଓ ମେ ୨୦, ମେ ୨୫ ଓ ଜୁନ ୧ରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ଭୋଟ ଗ୍ରହଣ ହେବ ।

The post କେବେ ଜାଣନ୍ତୁ ୪ ରାଜ୍ୟରେ ବିଧାନସଭା ନିର୍ବାଚନ… appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button