ନମାଜ ପାଠ ବେଳେ ବିଦେଶୀ ଛାତ୍ରଙ୍କୁ ଆକ୍ରମଣ ; ୫ ଆହତ – Ibnodisha
[ad_1]
ଅହମ୍ମଦାବାଦ: ନମାଜ ପଢୁଥିବା ବେଳେ ବିଦେଶୀ ଛାତ୍ରଙ୍କୁ ଆକ୍ରମଣ । ଗତକାଲି ରାତିରେ ଗୁଜୁରାଟ ବିଶ୍ଵବିଦ୍ୟାଳୟର ଛାତ୍ରାବାସରେ କିଛି ବିଦେଶୀ ଛାତ୍ର ନମାଜ ପଢୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ୫ଜଣ ଛାତ୍ର ଆହତ ହୋଇଛନ୍ତି । ଉକ୍ତ ଛାତ୍ର ଗୁଡିକ ଆଫ୍ରିକା, ଆଫଗାନିସ୍ତାନ ଏବଂ ଉଜବେକିସ୍ତାନ ଦେଶର ହୋଇଥିବା ନେଇ ସୂଚନା ମିଳିଛି । ଗୁଜୁରାଟ ଗୃହମନ୍ତ୍ରୀ ହର୍ଷ ସିଙ୍ଗଭୀ ଏହି ମାମଲାକୁ ଗୁରୁତର ସହକାରେ ନେଇ ଖୁବ୍ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ରଙ୍କ କହିବା ଅନୁସାରେ, କ୍ୟାମ୍ପସ ଭିତରେ କେଉଁଠି ମସଜିଦ ନଥିବାରୁ ସେମାନେ ସମସ୍ତ ଛାତ୍ର ଏକ ସ୍ଥାନରେ ରମଜାନ ଉପଲକ୍ଷେ ନମାଜ ପାଠ କରୁଥିଲେ । କିଛି ସମୟ ପରେ ମାରଣାସ୍ତ୍ର ଧରି କିଛି ଦୁର୍ବୃତ୍ତ ସେମାନଙ୍କ ହଷ୍ଟେଲ ଉପରେ ଆକ୍ରମଣ କରି ବ୍ୟାପକ ଭଙ୍ଗାରୁଜା କରିଥିଲେ । ଛାତ୍ରମାନେ କହିଛନ୍ତି ଯେ ସେମାନଙ୍କୁ ଅଟକେଇବାକୁ ହଷ୍ଟେଲର ସୁରକ୍ଷାକର୍ମୀମାନେ ବହୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ସଫଳ ହୋଇପାରିନଥିଲେ ।ଗୁଜରାଟ ବିଶ୍ୱବିଦ୍ୟାଳୟର ଏହି ଘଟଣାକୁ ନେଇ ଅହମ୍ମଦାବାଦ ପୋଲିସ କମିଶନର ଜିଏସ ମଲିକ କହିଛନ୍ତି ଯେ, ସରକାର ଏହି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ୯ ଟି ପୋଲିସ ଟିମ୍ ଗଠନ କରାଯାଇଛି ଯେଉଁଥିରେ ୫ ଟି ଡିସିପି ରହିଛନ୍ତି । ଏହି ଘଟଣାରେ ୨୦ ରୁ ୨୫ ଜଣିଆ ଗୋଷ୍ଠୀ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଜଣେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି, ଯିଏ ଏଥିରେ ସମ୍ପୃକ୍ତ ଅଛନ୍ତି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୋଲିସ ।
[ad_2]