ଦେଶ
ମାଲ ଗାଡିସହ ଯାତ୍ରୀବାହୀ ଟ୍ରେନ ଧକ୍କା ହୋଇ ୪ଟି ଡବା ଲାଇନଚ୍ୟୁତ – Ibnodisha

[ad_1]
ରାଜସ୍ଥାନ : ଲାଇନଚ୍ୟୁତ ହେଲା ଟ୍ରେନ । ମାଲ ଗାଡିସହ ଯାତ୍ରୀବାହୀ ଟ୍ରେନ ଧକ୍କା ହୋଇ ୪ଟି ଡବା ଲାଇନଚ୍ୟୁତ ହୋଇଛି । ରବିବାର ବିଳମ୍ବିତ ରାତିରେ ରାଜସ୍ଥାନର ଆଜମେର ଠାରେ ଶାବରମତି-ଆଗ୍ରା କେଣ୍ଟ ସୁପରଫାଷ୍ଟ ଟ୍ରେନ୍ ଯାଉଥିବା ସମୟରେ ମଦାର ଷ୍ଟେସନ୍ ପୂର୍ବରୁ ଏକ ମାଲଗାଡ଼ି ସହ ଧକ୍କା ହୋଇଥିଲା । ଟ୍ରେନ ଟି ମାଲଗାଡୀ ସହ ଧକ୍କା ହେବ ଫଳରେ ୪ଟି ଡବା ଲାଇନଚ୍ୟୁତ ହୋଇଯାଇଛି । ଟ୍ରେନ ଡାବଗୁଡିକ ରେଳଧାରଣା ପାର୍ଶ୍ଵରେ ଥିବା ଖୁଣ୍ଟରେ ବାଡ଼େଇ ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ରେଳ ଧାରଣା ଖଣ୍ଡ ଖଣ୍ଡ ହୋଇ ଯାଇଥିଲା । ଭାଗ୍ୟବଶତଃ ଏଭଳି ଦୁର୍ଘଟଣାରେ ସେଭଳି ବିଶେଷ କାହାର କିଛି ବଡ ଧରଣର କ୍ଷୟକ୍ଷତି ହୋଇନାହିଁ । ଅନ୍ୟପଟେ ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲାବେଳେ ଦୁର୍ଘଟଣାର କାରଣ ଜାଣିବା ପାଇଁ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି ।
[ad_2]