ଦେଶ

ମଶାଣି ପାଲଟିଛି ବିଦେଶ ମାଟି..ପୁଣି ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା କରି ଫିଙ୍ଗିଦେଲେ – Ibnodisha

[ad_1]

ନୂଆଦିଲ୍ଲୀ: ବିଦେଶରେ ଅସୁରକ୍ଷିତ ଭାରତୀୟ ଛାତ୍ର । ଗତ କିଛିଦିନ ଧରି ଆମେରିକାରେ ଭାରତୀୟ ବଂଶୋଦ୍ଭବ ତଥା ଛାତ୍ରଙ୍କୁ ହତ୍ୟା କରାଯାଉଥିବା ଖବର ସାମନାକୁ ଆସୁଛି । ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାଇ ଜୀବନ ହରାଉଛନ୍ତି ଭାରତୀୟ ଛାତ୍ର । ନିକଟରେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ପୁଣି ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଛାତ୍ର ହେଲେ ଗୁଣ୍ଟୁର ଜିଲ୍ଲାର ପାରୁଚୁରୀର ୨୦ବର୍ଷୀୟ ଅଭିଜିତ୍ । ଇଞ୍ଜିନିୟରିଂ ସିଟ୍ ପାଇବା ପରେ ବୋଷ୍ଟନ୍ ୟୁନିଭରସିଟିରେ ନାମ ଲେଖାଇଥିଲେ ।

ଆମେରିକାରେ ଅଜ୍ଞାତ ଆକ୍ରମଣକାରୀମାନେ ତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ କାରରେ ନେଇ ଜଙ୍ଗଲରେ ଫିଙ୍ଗି ଦେଇଛନ୍ତି । ପୋଲିସ ତାଙ୍କର ମୃତଦେହ ଜବତ କରିଛି । ପାରୁଚୁରୀରର ଚକ୍ରଧର ଓ ଶ୍ରୀଲକ୍ଷ୍ମୀଙ୍କର ଏକମାତ୍ର ସନ୍ତାନ ଥିଲେ ଅଭିଜିତ୍ । ସେ ଖୁବ ଭଲ ପାଠ ପଢୁଥିଲେ । ବିଦେଶକୁ ପୁଅକୁ ପଠାଇବା ପାଇଁ ରାଜି ନଥିଲେ ମା’ ଶ୍ରୀଲକ୍ଷ୍ମୀ । ମା’ଙ୍କ ବାରଣ ସତ୍ତ୍ୱେ ବହୁ ବୁଝାସୁଝା ପରେ ସେ ତାଙ୍କୁ ବିଦେଶ ଛାଡିଥିଲେ । ସନ୍ଦେହ କରାଯାଉଛି ଯେ ଆକ୍ରମଣକାରୀମାନେ ଅଭିଜିତଙ୍କୁ ଟଙ୍କା ଏବଂ ତାଙ୍କ ଲାପଟପ୍ ପାଇଁ ହତ୍ୟା କରିଥାଇ ପାରନ୍ତି ।

ଗତ ୨ମାସ ଧରି ଭାରତୀୟ ଛାତ୍ରଙ୍କୁ ଆକ୍ରମଣ ଓ ହତ୍ୟା ଘଟଣା ସାମନାକୁ ଆସୁଛି । କିଛିଦିନ ତଳେ ୪ଛାତ୍ରଙ୍କୁ ହତ୍ୟା କରାଯାଇଥିଲା । ଗତ ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଶ୍ରେୟସ ରେଡ୍ଡୀ ବେନିଗର ନାମକ ଜଣେ ୧୯ ବର୍ଷ ବୟସ୍କ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା । ସେହିପରି ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଆମେରିକାର ପୁରୁଦ ବିଶ୍ୱବିଦ୍ୟାଳୟରେ ନୀଲ ଆଚାର୍ଯ୍ୟ ନାମକ ଜଣେ ଛାତ୍ରଙ୍କ ମୃତଦେହ ମିଳିଥିଲା । ଜାନୁଆରୀ ୧୬ରେ ହରିଆଣାର ୨୫ ବର୍ଷ ବୟସ୍କ ଛାତ୍ର ବିବେକ ସାଇନିଙ୍କୁ ଜର୍ଜିଆର ଲିଥୋନିଆରେ ହତ୍ୟା କରାଯାଇଥିଲା । ଗତ ଜାନୁଆରୀରେ ଇଲିଓନିସ ଅର୍ବାନା କ୍‌ଯାମ୍ପ୍ସରେ ବିଶ୍ୱବିଦ୍ୟାଳୟରେ ଅକୁଲ ଧାବନ ନାମକ ଜଣେ ଛାତ୍ରଙ୍କ ମୃତଦେହ ମିଳିଥିଲା । ଏହାପରେ ଫେବୃଆରୀ ମାସରେ ଜଣେ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଚିକାଗୋ ସହରରେ ଜଣେ ଭାରତୀୟ ଛାତ୍ରଙ୍କୁ ଲୁଟେରାମାନେ ଆକ୍ରମଣ କରିବା ଭିଡିଓ ସିସିଟିଭିରେ କଏଦ ହୋଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button