ଅପରାଧ

ପଥରରେ ଛେଚି ଖୁଡ଼ିକୁ ମାରିଲା ପୁତୁରା – Ibnodisha

[ad_1]

ନୀଳଗିରି : ସାମାନ୍ୟ ଘଟଣାକୁ କେନ୍ଦ୍ରକରି ସମ୍ପର୍କୀୟ ଦୁଇଭାଇଙ୍କ ମଧ୍ୟରେ ଝଗଡ଼ା ଲାଗିଥିବାବେଳେ ଖୁଡ଼ି ପ୍ରତିବାଦ କରିବାରୁ ଉତ୍‌କ୍ଷିପ୍ତ ହୋଇ ଏକ ପଥରରେ ଛେଚି ତାଙ୍କୁ ପୁତୁରା ହତ୍ୟାକରିଛି । ଏହି ଘଟଣାରେ ପୁତୁରା ଓ ତା’ଙ୍କ ବାପା ଗୁରୁତର ଆହତ ଅବସ୍ଥାରେ ନୀଳଗିରି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ନୀଳଗିରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ନୀଳଗିରି ଥାନା ଅନ୍ତର୍ଗତ କାଂସ ପଞ୍ଚାୟତର କୁଲାପାଳ ଗ୍ରାମର ସନ୍ତୋଷ କୁମାର ପଣ୍ଡାଙ୍କ ପୁଅ ପପୁନ୍‌, ଓରଫ୍ ଅମିତ୍ ପଣ୍ଡା (୨୯) ଓ ଉକ୍ତ ଗ୍ରାମର ସମ୍ପର୍କୀୟ ନିଶିକାନ୍ତ ପଣ୍ଡାର ପୁଅ ଅସିତ ପଣ୍ଡା (୨୬) ଏକ ଦୁର୍ଘଟଣାଜନିତ ଅର୍ଥରାଶିକୁ କେନ୍ଦ୍ରକରି ଝଗଡ଼ା ଲାଗିଥିଲେ । ଗାଁ ଦାଣ୍ଡରେ ଏଭଳି ଝଗଡ଼ା ଲାଗିଥିବା ଦେଖି ଅସିତର ମାଆ ସଂଜୁଲତା (୫୦) ଝଗଡ଼ା ନକରିବା ପାଇଁ ଉଭୟଙ୍କୁ ବାରଣ କରୁଥିବାବେଳେ ଅମିତ ଉତକ୍ଷିପ୍ତ ହୋଇ ନିକଟରେ ପଡ଼ିଥିବା ଏକ ପଥରରେ ତାଙ୍କ ମୁଣ୍ଡକୁ ଛେଚି ରକ୍ତାକ୍ତ କରିପକାଇଥିଲା । ପରେ ୧୦୮ଗାଡିରେ ସଂଜୁଲତାକୁ ନୀଳଗିରି ମେଡିକାଲ ଆଣିଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏପଟେ ଗୁରୁତର ଅବସ୍ଥାରେ ସନ୍ତୋଷ କୁମାର ପଣ୍ଡା ଓ ତାଙ୍କ ପୁଅ ଅମିତ ନୀଳଗିରି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ନିଳଗିରି ଥାନାର ଅଧିକାରୀ ଗୋପାଳ କର୍ଣ୍ଣ ସଦଳବଳ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଶବ ଗୃହରେ ରଖାଯାଇଛି । ଏନେଇ ମୃତକ ସଂଜୁଲତାଙ୍କ ସ୍ୱାମୀ ନିଶିକାନ୍ତ ପଣ୍ଡା ନୀଳଗିରି ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି ।

The post ପଥରରେ ଛେଚି ଖୁଡ଼ିକୁ ମାରିଲା ପୁତୁରା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button