IBN ଓଡ଼ିଶା ବ୍ୟୁରୋ

ଭୁଲରେ ବି ଫ୍ରିଜରେ ରଖି ଖାଆନ୍ତୁ ନାହିଁ ଏହି ୭ଟି ଖାଇବା ଜିନିଷ, ନହେଲେ ହୋଇପାରେ ବଡ଼ ବଡ଼ ରୋଗ

କୌଣସି ଫଳ ହେଉ ଅଥବା ପନିପରିବା କିମ୍ବା ବଞ୍ଚିଯାଇଥିବା ଖାଦ୍ୟ ପଦାର୍ଥ। ସାଧାରଣତଃ ଏହାକୁ ସତେଜ ରଖିବା ପାଇଁ ଆମ୍ଭେ ଫ୍ରିଜ୍ ବ୍ୟବହାର କରିଥାଉ। କିନ୍ତୁ, କଣ ଆପଣ ଜାଣନ୍ତି କି ଏପରି ମଧ୍ୟ କିଛି ଫଳ ଏବଂ ପରିବା ରହିଛି ଯାହାକୁ ଫ୍ରିଜରେ ରଖିବା ଦ୍ୱାରା ଏହା ସତେଜ ରହିବା ପରିବର୍ତ୍ତେ ଖରାପ ହୋଇ ଯାଇଥାଏ। କେବଳ ସେତିକି ନୁହେଁ ଏହା କରିବା ଦ୍ୱାରା ଫଳର ପୋଷକତତ୍ତ୍ୱ ମଧ୍ୟ ନଷ୍ଟ ହୋଇଯାଇଥାଏ।

Fridge

୧. ଆଳୁ: ଆଳୁ ଏକ ଏପରି ପରିବା ଯାହାକି ସବୁଠାରୁ ଅଧିକ ବ୍ୟବହାର ହୋଇଥାଏ। ତେବେ, ଆଳୁକୁ କଦାପି ଫ୍ରିଜ୍ ଭିତରେ ରଖିବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା ଏଥିରେ ଥିବା ଷ୍ଟ୍ରାର୍ଚ୍ଚ ଚିନି ରୂପରେ ବଦଳିଯାଏ, ଯାହାକି ଦେହ ପାଇଁ ଅତ୍ୟଧିକ କ୍ଷତିକାରକ ହୋଇଥାଏ।

Potato

୨. ପିଆଜ: ସେହିପରି ପିଆଜକୁ ମଧ୍ୟ ଫ୍ରିଜ୍ ମଧ୍ୟରେ ରଖିବା ଅନୁଚିତ୍। ଚୋପା ଲଗା ଗୋଟା ପିଆଜ ଫ୍ରିଜ୍ ଭିତରେ ରଖିଲେ ଏହା ଭିତରୁ ଶୁଷ୍କ ହୋଇଯାଇଥାଏ। ତେବେ, କଟା ପିଆଜ ଫ୍ରିଜ୍ ମଧ୍ୟରେ ରଖିବା ଦ୍ୱାରା ଏଥିରେ କ୍ଷତିକାରକ ଜୀବାଣୁ ସୃଷ୍ଟି ହୋଇଥାନ୍ତି।

Onion

୩. ରସୁଣ: ରସୁଣକୁ କଦାପି ଫ୍ରିଜ୍ ମଧ୍ୟରେ ରଖନ୍ତୁ ନାହିଁ। ଏହା କରିବା ଦ୍ୱାରା ରସୁଣରେ ଗଜା ସୃଷ୍ଟି ହୋଇଥାଏ ଏବଂ ଏହା ଶୀଘ୍ର ନଷ୍ଟ ହୋଇଯାଇଥାଏ।

Garlic

୪. କମଳା ଏବଂ ଲେମ୍ବୁ: ଖଟା ଫଳ ଯେପରିକି କମଳା ଏବଂ ଲୁମ୍ବୁକୁ ମଧ୍ୟ ଫ୍ରିଜ୍ ଭିତରେ ରଖିବା ଅନୁଚିତ ଅଟେ। ଏହା ହେବା ଦ୍ୱାରା ଫଳ ଗୁଡିକ କଳା ପଡ଼ିଯାଇଥାଏ ଏବଂ ଚୋପା ଶୁଖିଯାଇଥାଏ। କେବଳ ସେତିକି ନୁହେଁ ବରଂ ଏହାର ସ୍ୱାଦ ଏବଂ ଭିଟାମିନ ମଧ୍ୟ ନଷ୍ଟ ହୋଇଯାଏ।

Lemon

୫. ତରଭୂଜ: ତରଭୂଜରେ ଅଧିକ ପରିମାଣରେ ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଥାଏ। ତେଣୁ, ଏହାକୁ ଗୋଟା ଫ୍ରିଜରେ ରଖିବା ଦ୍ୱାରା ଏହାର ପୋଷକତତ୍ତ୍ୱ ନଷ୍ଟ ହୋଇଯାଇଥାଏ। ଅନ୍ୟପକ୍ଷରେ ତରଭୂଜକୁ କାଟିବା ପରେ ଏହାକୁ ଆପଣ ଫ୍ରିଜ୍ ଭିତରେ ରଖିପାରିବେ।

Melon

୬. କଦଳୀ: ସେହିପରି କଦଳୀକୁ ମଧ୍ୟ ଫ୍ରିଜ୍ ଭିତରେ ରଖିବା ଅନୁଚିତ ଅଟେ। ଫ୍ରିଜ୍ ଭିତରେ ରଖିଲେ ଏଥିରୁ ଇଥିଲିନ୍ ଗ୍ୟାସ୍ ନିର୍ଗତ ହୋଇଥାଏ। ଏହା ସମ୍ପୂର୍ଣ୍ଣ କଦଳୀକୁ ଖରାପ କରିବା ସହିତ ଏହାର ଚୋପାକୁ କଳା ପକାଇ ଦେଇଥାଏ।

Banana

୭.ସେଓ: ସେଓରେ ଏନଜାଇମ୍ସ ଏକ୍ଟିବର ମାତ୍ରା ଅଧିକ ରହିଛି। ଯାଦ୍ୱାରା ଏହାକୁ ଫ୍ରିଜରେ ରଖିବା ଦ୍ୱାରା ଏହା ଅଧିକ ପାଚି ନଷ୍ଟ ହୋଇଯାଏ।

Apple

 

Related Articles

Leave a Reply

Your email address will not be published. Required fields are marked *

Back to top button