IBN ଓଡ଼ିଶା ବ୍ୟୁରୋ

ପ୍ରତିଦିନ ଖାଦ୍ୟରେ ବ୍ୟବହାର କରନ୍ତୁ ପୋଡ଼ା ରସୁଣ ! ଶରୀରକୁ ମିଳିବ ଏହି ୫ଟି ଜବରଦସ୍ତ ଫାଇଦା

ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ରସୁଣ ନିଶ୍ଚିତ ଭାବରେ ବ୍ୟବହାର କରାଯାଇଥାଏ। ଯେ କୌଣସି ତରକାରୀରେ ରସୁଣ ପକାଇଲେ ଏହାର ସ୍ୱାଦ ଦ୍ଵିଗୁଣିତ ହୋଇ ଯାଇଥାଏ। ତେବେ, ଆପଣ ଏହା ମଧ୍ୟ ଜାଣିବା ଦରକାର ଯେ ରସୁଣରେ ଅନେକ ପ୍ରକାରର ଔଷଧିୟ ଗୁଣ ରହିଛି। ଖାସ୍ କରି ରସୁଣକୁ ପୋଡିକରି ବ୍ୟବହାର କରିବା ଦ୍ୱାରା ଏହା ଅନେକ ରୋଗ ଭଲ କରିବାକୁ ସାହାଯ୍ୟ କରିଥାଏ।

Cancer

୧. ପୋଡ଼ା ରସୁଣରେ କ୍ୟାନ୍ସର ରୋଧୀ ଗୁଣ ରହିଛି। ଏହାକୁ ନିୟମିତ ଭାବରେ ବ୍ୟବହାର କରିବା ଦ୍ୱାରା ପେଟରେ ହେଉଥିବା କ୍ୟାନ୍ସର, କୋଲନ୍ କ୍ୟାନ୍ସର ଏବଂ ପ୍ରୋଷ୍ଟ୍ରେଟ୍ କ୍ୟାନ୍ସର ହେବାର ଆଶଙ୍କା କମି ଯାଇଥାଏ।

Digestive

୨. ପୋଡ଼ା ରସୁଣ ଆମ୍ଭକୁ ପାଚନ ପ୍ରକ୍ରିୟାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ପେଟ ଭିତରକୁ ଯାଇ ଅଧିକ ବ୍ୟାକ୍ଟେରିଆ ଉତ୍ପାଦନ କରିଥାଏ। ଏହି ବ୍ୟାକ୍ଟେରିଆ ଗୁଡିକ ପାଚନ ପ୍ରକ୍ରିୟାରେ ସାହାଯ୍ୟ କରିଥାନ୍ତି।

Roasted garlic

୩. ରସୁଣରେ ଆଣ୍ଟି-ଇଂଫ୍ଲାମେଣ୍ଟାରୀ ଗୁଣ ରହିଛି। ଦେହରେ କୌଣସି ପ୍ରକାର ଫୁଲା ଏବଂ ଦରଜ ରହିଥିଲେ ଏହା ଉପଯୋଗୀ ଅଟେ।

Cholesterol

୪. ରସୁଣ ଆମ ଶରୀରରେ କଲେଷ୍ଟ୍ରୋଲ୍ କମାଇବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଶରୀରରେ ରକ୍ତ ପ୍ରବାହ ଭଲ ରହିବା ସହିତ ଦେହ ସୁସ୍ଥ ରହିଥାଏ।

WBC

୫. କେବଳ ସେତିକି ନୁହେଁ ବରଂ ରସୁଣ ନିୟମିତ ଖାଇବା ଦ୍ୱାରା ଏହା ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ସୁଦୃଢ଼ କରିବାରେ ସହାୟକ ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button