IBN ଓଡ଼ିଶା ବ୍ୟୁରୋ

ରାତିରେ କ୍ଷୀର ପିଉଥିଲେ ସାବଧାନ! ଶରୀରରେ ଦେଖା ଦେବ ଏହି ୪ଟି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟ

ସାଧାରଣତଃ ସୁସ୍ଥ ଓ ସବଳ ରହିବା ପାଇଁ କ୍ଷୀର ପିଇବା ଜରୁରୀ ଅଟେ ବୋଲି କୁହାଯାଇଥାଏ। ଏଥିରେ କ୍ୟାଲ୍ସିୟମ ଏବଂ ପ୍ରୋଟିନ ଭରି ରହିଥିବାରୁ ଏହା ହାଡ଼ ଏବଂ ମାଂସପେଶୀକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଅନେକଙ୍କର ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବାର ଅଭ୍ୟାସ ରହିଛି। ତେବେ, ଏହି ଅଭ୍ୟାସ ଶରୀରର ଲାଭ କରିବା ବଦଳରେ କ୍ଷତି କରୁଥିବା ନେଇ ବିଶେଷଜ୍ଞମାନେ ମତ ଦିଅନ୍ତି।

Milk

୧. ଏସିଡ଼ିଟି ସମସ୍ୟା ଏବଂ ଲ୍ୟାକ୍ଟୋଜ୍ ସହ୍ୟ କରି ପାରୁନଥିବା ଲୋକେ ରାତିରେ କ୍ଷୀର ପିଇ ଶୋଇବା ଉଚିତ ନୁହେଁ। ଏହା କରିବା ଦ୍ୱାରା ସ୍ୱାସ୍ଥ୍ୟଗତ ସମସ୍ୟା ବଢିବାର ଯଥେଷ୍ଟ ସମ୍ଭାବନା ରହିଥାଏ।

Acidity

୨. ସେହିପରି ଆଲର୍ଜି କିମ୍ବା ମୁହଁରେ ବ୍ରଣ ଉଠୁଥିବାର ସମସ୍ୟା ରହିଥିଲେ। ରାତିରେ କ୍ଷୀର ପିଅନ୍ତୁ ନାହିଁ। ଏହା କରିବା ଦ୍ୱାରା ଆପଣଙ୍କ ସମସ୍ୟା ବଢିଯିବାର ସମ୍ଭାବନା ରହିଛି।

Allergy

୩. କ୍ଷୀର ପିଇବା ଦ୍ୱାରା ଏହା ଶରୀରର ହାଡ଼କୁ ମଜବୁତ କରୁଥିବା ସମସ୍ତେ ଜାଣନ୍ତି। କିନ୍ତୁ, ଅଧିକ କ୍ଷୀର ପିଇବା ଦ୍ୱାରା ଏଥିରେ ଥିବା ଡି-ଗ୍ୟାଲେକ୍ଟୋଜ୍ ନାମକ ଏକ ମିଠା ଜାତୀୟ ଦ୍ରବ୍ୟ ହାଡ଼କୁ ଶକ୍ତ କରିବା ବଦଳରେ କ୍ଷତି ପହଞ୍ଚାଇ ଥାଏ।

Cancer

୪. ସେହିପରି ଅଧିକ ପରିମାଣରେ କ୍ଷୀର ପିଇବା ଦ୍ୱାରା ପ୍ରୋଷ୍ଟେଟ୍ କ୍ୟାନ୍ସର ଏବଂ ଓଭାରି କ୍ୟାନ୍ସର ହେବାର ସମ୍ଭାବନା ରହିଛି ବୋଲି ଵିଶେଷଜ୍ଞମାନେ ମତ ଦେଇଛନ୍ତି। ତେଣୁ, କ୍ୟାନ୍ସର ରୋଗୀମାନେ କ୍ଷୀର ପିଇବା ଠାରୁ ଦୂରେଇ ରହିବା ଉଚିତ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button